ନିଶାଗ୍ରସ୍ତ ଅବସ୍ଥାରେ ବାପା ନିଜ ଝିଅ ସହ ଦୁର୍ବ୍ୟବହାର କରିବାରୁ ମା ଚୁଲି ଫୁଙ୍କନଳୀରେ ମାରିଦେଲା –

ନିଶାଗ୍ରସ୍ତ ଅବସ୍ଥାରେ ବାପା ନିଜ ଝିଅ ସହ ଦୁର୍ବ୍ୟବହାର କରିବାରୁ ମା ଚୁଲି ଫୁଙ୍କନଳୀରେ ମାରିଦେଲା –

ନିଶାଗ୍ରସ୍ତ ଅବସ୍ଥାରେ ନିଜ ଝିଅ ସହ ବାପା ଦୁର୍ବ୍ୟବହାର କରିବାରୁ ମା ଫୁଙ୍କନଳୀରେ ପିଟିପିଟି ମାରିଦେଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରେ ଏଭଳି ଘଟଣା ଘଟିଛି ।

ମୃତକ ଜଣକ ହେଲେ ବୁଟୁ ସିଂ। ତାଙ୍କ ପତ୍ନୀ ଗୁରୁବାରୀ ସିଂ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ସୂଚନାନୁସାରେ, ଗତକାଲି ରାତିରେ ନିଶାଗ୍ରସ୍ତ ଅବସ୍ଥାରେ ବୁଟୁ ନିଜ ନାବାଳିକା ଝିଅକୁ ଦୁର୍ବ୍ୟବହାର କରିବାକୁ ପ୍ରୟାସ କରିଥିଲେ । ଏହି ସମୟରେ ଗୁରୁବାରୀ ତାଙ୍କୁ ବିରୋଧ କରିଥିଲେ । ଏହା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ଗୁରୁବାରୀ ଉତ୍‌କ୍ଷିପ୍ତ ହୋଇ ବୁଟୁଙ୍କୁ ଏକ ଚୁଲି ଫୁଙ୍କା ନଳୀରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ବୁଟୁଙ୍କ ମୃତ୍ୟୁ ଘଟିଥିଲା।

ମୃତଦେହକୁ ଘରେ ପକାଇ ଗୁରୁବାରୀ କେଉଁଆଡେ ଲୁଚିଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଗୁରୁବାରୀଙ୍କୁ ଖୋଜି ବାହାର କରିଥିଲା। ତଦନ୍ତ ଜାରି ରହିଥିବାବେଳେ ଗୁରୁବାରୀଙ୍କୁ ଥାନାରେ ପଚରାଉଚରା କରାଯାଉଛି ।

Leave a Reply

Your email address will not be published. Required fields are marked *