ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ବିନା ଭକ୍ତରେ ହେବ: ପ୍ରଶାସନର ଅନୁମତି ମିଳିଲା –

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ବିନା ଭକ୍ତରେ ହେବ: ପ୍ରଶାସନର ଅନୁମତି ମିଳିଲା –

ଚଳିତବର୍ଷ କରୋନା ସଂକ୍ରମଣ ଭୟ ରହିଥିବାରୁ ବିନା ଭକ୍ତରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ହେବ ବୋଲି ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି ।

ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ କେବଳ ୭ ଜଣ ସେବାୟତ ସାମିଲ ରହି ବିଧିମୁତାବକ କାର୍ଯ୍ୟ ସମାପନ କରିବେ । ତେବେ ୭ ଜଣିଆ ସେବାୟତଙ୍କ ଉପସ୍ଥିତି ମଧ୍ୟ ମହାନଗର ନିଗମ ନିର୍ଦ୍ଧାରଣ କରିବ । ସୂଚନାଯୋଗ୍ୟ, ଆସନ୍ତା ୧୫ ତାରିଖ ଦିନ ଶିବ ବିବାହ ଅନୁଷ୍ଠିତ ହେବ।

ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ଏବଂ ଅଂଶ ଗ୍ରହଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦ୍ୟ ଉପକରଣ ତା’ ସହ ଶୋଭାଯାତ୍ରା ହେବନି।

Leave a Reply

Your email address will not be published. Required fields are marked *