
କରୋନା ପରେ ଏବେ ଚିନ୍ତା ବଢ଼ାଉଛି ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା । ପୂର୍ବରୁ ଏସସିବିରେ ୩ ଜଣ ସନ୍ଦିଗ୍ଧ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏବେ ଆଉ ଜଣେ ସନ୍ଦିଗ୍ଧ ବ୍ଲାକ ଫଙ୍ଗସ ରୋଗୀ ଭର୍ତ୍ତି ହୋଇଛନ୍ତି ।ଏହି ରୋଗୀକୁ ମିଶାଇ ମୋଟ ୪ଜଣ ସନ୍ଦିଗ୍ଧ ରୋଗୀ ରହିଥିବା ଜଣା ପଡ଼ିଛି । ରୋଗୀ ଜଣକ ମହିଳା ବୋଲି ଜଣାପଡିଛି ।
ଏହି ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ଆନ୍ୟ ଜଣଙ୍କୁ ସାଧାରଣ ଶଯ୍ୟାରେ ରଖାଯାଇଛି ।ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସମସ୍ତଙ୍କ ନମୂନା ସଂଗ୍ରହ କରାଯଇ ପରୀକ୍ଷା ଲାଗି ପଠାଯାଇଛି । ରିପୋର୍ଟ ଏପର୍ପ୍ୟନ୍ତ ହସ୍ତଗତ ହୋଇନାହିଁ ।
ସାଉଥ ପଏଣ୍ଟ କୋଭିଡ କେୟାର ସେଣ୍ଟର (ସିସିସି)ରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ଶରୀରରେ ବ୍ଲାକ ଫଙ୍ଗସ ଲକ୍ଷଣ ଦେଖାଯାଇଥିଲା ।
ଏହା ଜଣାପଡିବା ପରେ ତାଙ୍କୁ ସିଧା ଏସସିବି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଏସସିବିର ବ୍ଲାକ ଫଙ୍ଗସ ୱାର୍ଡରେ ରଖି ଚିକିତ୍ସା କରାଯାଉଛି ।