
ଭୁବନେଶ୍ୱରରେ ସାମାନ୍ୟ ପାଟିତୁଣ୍ଡରୁ ଜଣେ ଯୁବକଙ୍କୁ ଅତିନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତଙ୍କ ନାଁ ଶେଖ ଅବଦୁଲ।
ଶେଖ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ । ତାଙ୍କୁ ମାରିଥିବା ଅଭିଯୁକ୍ତ ଜଣକ ସୁମୁ ସିଂ ବୋଲି କୁହାଯାଉଛି ।
ସୂଚନାନୁସାରେ, ରାଜଧାନୀର ଖାରବେଳ ନଗର ଥାନା ଅଞ୍ଚଳରେ ସ୍ବସ୍ତି ହୋଟେଲ୍ ପଛପଟେ ଏହି ଘଟଣା ଘଟିଛି। କୌଣସି କଥାକୁ ନେଇ ଅବଦୁଲ ଓ ସୁମୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ଫଳରେ ସେହିସମୟରେ ସୁମୁ ଉତ୍ତ୍ୟକ୍ତ ହୋଇ ପଥରରେ ଅବଦୁଲଙ୍କୁ ଆକ୍ରମଣ କରିଥିଲେ। ପେଟ ଓ ଛାତିରେ ଗଭୀର ଆଘାତ ଲାଗିବାରୁ ଶେଖ ଅବଦୁଲ୍ ଗୁରୁତର ହୋଇପଡିଥିଲେ । ଘଟଣାସ୍ଥଳରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।
ଅବଦୁଲଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।