ସାଂସଦ- ବିଧାୟକ ମୁହାଁମୁହିଁ: କରୋନା କେୟାର ସେଣ୍ଟରର ଫିତାକଟାକୁ ନେଇ , ସାଂସଦ କହିଲେ ରାଜନୀତି କରନି-

ସାଂସଦ- ବିଧାୟକ ମୁହାଁମୁହିଁ: କରୋନା କେୟାର ସେଣ୍ଟରର ଫିତାକଟାକୁ ନେଇ , ସାଂସଦ କହିଲେ ରାଜନୀତି କରନି-

କରୋନା ଶହ ଶହ ଜୀବନ ନେଲାଣି ହେଲେ ଫିତା କଟାକୁ ନେଇ ଲୋକ ପ୍ରତିନିଧିଙ୍କ ଫୁଲ୍ ରାଜନୀତି । ଉଦଘାଟନ କାହିଁକି ବିଧାୟକ କରିଦେଲେ ସାଂସଦ କଲେନି ତାହାକୁ ନେଇ ଏକ ହାଇଡ୍ରାମା ଦେଖିଛନ୍ତି ଅନୁଗୁଳବାସୀ । କୋଭିଡ କେୟାର ସେଣ୍ଟର ହେଉଛି କରୋନା ରୋଗୀଙ୍କ ସେବା ପାଇଁ କିନ୍ତୁ ସାଂସଦ କହିଲେ ରାଜନୀତି କରନି ।

ସୂଚନାନୁସାରେ, ଢେଙ୍କାନାଳ ସାଂସଦ ମହେଶ ସାହୁ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ପ୍ରତି ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି।

ପାଲଲହଡ଼ା ଆଦର୍ଶ ସ୍କୁଲରେ ଏକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନ ପାଇଁ ପ୍ରଶାସନ ସକାଳ ସାଢ଼େ ୧୦ଟାବେଳେ ସମୟ ଧାର୍ଯ୍ୟ କରିଥିଲା । ଏଥିପାଇଁ ଉଭୟ ସାଂସଦ ଓ ବିଧାୟକଙ୍କୁ ମୌଖିକ ଭାବେ ଜଣାଇଯାଇଥିଲା । ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ୍ ଠିକ୍ ସମୟରେ ପହଞ୍ଚିଥିବାବେଳେ ସାଂସଦ ମହେଶ ସାହୁ ବିଳମ୍ବରେ ପହଞ୍ଚିଥିଲେ । ତେବେ ସାଂସଦଙ୍କୁ ଅପେକ୍ଷା ନକରି ବିଧାୟକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନ କରି ଦେଇଥିବାରୁ ଏହା ଦେଖି ସାଂସଦ ଖପ୍ପା ହୋଇଥିଲେ ।

ବିଧାୟକ ଆଗେ ଆସି ଫିତା କାଟି ଉଦଘାଟନ କରିଦେଲେ ବୋଲି ବହୁତ ଅପମାନିତ ହେଲେ ସାଂସଦ । ତେଣୁ କ୍ରୋଧ ସମ୍ଭାଳିନପାରି ସାର୍ବଜନୀନରେ ବିଧାୟକ ଓ ସାଂସଦ ମୁହାଁମୁହିଁ ହୋଇଛନ୍ତି ।

ପରସ୍ପର ପ୍ରତି ଅଶ୍ରାବ୍ୟ ଭାଷା ବ୍ୟବହାର କରି ଗାଳିଗୁଲଜ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ, ଯଦି ଲୋକ ପ୍ରତିନିଧି ଲୋକଙ୍କ ସେବା ପାଇଁ ରହିଛନ୍ତି, ତାହେଲେ କରୋନା ଭଳି ମହାମାରୀ ସମୟରେ କିଭଳି ରାଜନୀତି କଥା ଭାବୁଛନ୍ତି ।

Leave a Reply

Your email address will not be published. Required fields are marked *