
ଆୟକର ବିଭାଗ ଆୟକରଦାତାଙ୍କ ସୁବିଧା ଲାଗି ସୋମବାର ନିଜର ନୂଆ ଇ-ଫାଇଲିଂ ପୋର୍ଟାଲ ଶୁଭାରମ୍ଭ କରିବ । ଏବେ ଆୟକର ରିଟର୍ଣ୍ଣ ଆଇଟିଆର ଦାଖଲ କରିବା ସମେତ ସମସ୍ତ ଜରୁରୀ କାମ ବିଭାଗର ନୂଆଁ ପୋର୍ଟାଲ www.incometax.gov.in ମାଧ୍ୟମରେ ପରିଚାଳିତ ହେବ । ଏଥିରେ କିଛି ଫିଚର୍ସ ରହିବ, ଯେଉଁଥିରେ କି କାମ ତୀବ୍ର ଗତିରେ କରାଯାଇପାରିବ । ଏହା ଦ୍ୱାରା ଇନକମ ଟ୍ୟାକ୍ସ ରିଟର୍ଣ୍ଣର ତତ୍କାଲ ପ୍ରୋସେସିଂ ଆରମ୍ଭ ହେବ ଏବଂ ରିଫଣ୍ଡର ପ୍ରକ୍ରିଆ ଶୀଘ୍ର ହେବ ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଲକ୍ଷ୍ୟ ଯେ, ନୂଆ ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ କରଦାତାଙ୍କୁ ସୁବିଧା ପ୍ରଦାନ କରିବା । ଏକ ଆଧୁନିକ ଏବଂ ବିନା ବିଳମ୍ବରେ ସେବାକୁ ତ୍ୱରାନ୍ୱିତ କରିବା । ଏନେଇ ଆୟକର ବିଭାଗ କହିଛି ଯେ, ଇନକମ ଟ୍ୟାକ୍ସର ନୂତନ ଦେୟ ବ୍ୟବସ୍ଥା ଆଗାମୀ ୧୮ ତାରିଖ ଠାରୁ ଲଂଚ କରାଯିବ । କରଦାତାଙ୍କୁ କୌଣସି ପ୍ରକାରର ଅସୁବିଧା ନ ହେଉ ସେ ନେଇ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସିବିଡିଟି କହିବା ଅନୁସାରେ ଏହି ପୋର୍ଟାଲରେ ଆୟକର ବିଭାଗ ସଂପର୍କିତ ଅନ୍ୟ ଜରୁରୀ ଜିନିଷକୁ ସାମିଲ କରାଯାଇଛି, ଯେଉଁଥିରେ କି ଖୁବ ଶୀଘ୍ର କାମ କରାଯାଇପାରିବ । ଏଥିରୁ କରଦାତାମାନେ ଉପକାର ପାଇପାରିବେ ।