ଇଂଲଣ୍ଡର ବୋଲର ଓଲି ରବିନସନ ସବୁ ପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ନିଲମ୍ବିତ-

ଇଂଲଣ୍ଡର ବୋଲର ଓଲି ରବିନସନ ସବୁ ପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ନିଲମ୍ବିତ-

ଇଂଲଣ୍ଡର ବୋଲର ଓଲି ରବିନସନଙ୍କ ଉପରେ କରାଯାଇଥିବା ୭-୮ ବର୍ଷର ପୁରୁଣା ପୋଷ୍ଟ ଅଡୁଆ ସୃଷ୍ଟି କରିଛି । ଇଂଲଣ୍ଡ ଏବଂ ୱେଲ୍‌ସ କ୍ରିକେଟ ବୋର୍ଡ (ଇସିବି) ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ଇସିବି ଅନୁଶାସନାତ୍ମକ ଯାଂଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ ରବିନସନଙ୍କୁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ନିଲମ୍ବନ କରିଛି । ତାଙ୍କର ଉପରେ ୨୦୧୨ ଓ ୨୦୧୩ରେ ଟୁଇଟରରେ କରାଯାଇଥିବା ପୋଷ୍ଟ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ସେ ଆସନ୍ତା ଜୁନ ୧୦ ତାରିଖ ଠାରୁ ଏଜବେଷ୍ଟନରେ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିରୋଧ ୨ୟ ଟେଷ୍ଟରେ ସାମିଲ ହୋଇପାରିବେ ନାହିଁ । ରବିନସନ ତୁରନ୍ତ ଇଂଲଣ୍ଡ ଶିବିର ଛାଡ଼ି ନିଜର କାଉଣ୍ଟିକୁ ଫେରିଯିବେ । ସୂଚନାଯୋଗ୍ୟ, ଇଂଲଣ୍ଡର ଦ୍ରୁତ ବୋଲର ରବିନସନ ପୁରୁଣା ଟୁଇଟର ଭାଇରାଲ ହୋଇଛି । ରବିନସନଙ୍କ ୭-୮ ବର୍ଷର ପୁରୁଣା ପୋଷ୍ଟ ବହୁତ ଭାଇରାଲ ହୋଇଚି, ଯେଉଁଥିରେ କି ସେ ଲିଙ୍ଗଭେଦ ନେଇ ବିବାଦୀୟ ଟୁଇଟ କରିଥିଲେ । 

Leave a Reply

Your email address will not be published. Required fields are marked *