ରାଜ୍ୟର ୫ଟି ସହରରେ ଘରେ ଘରେ ମିଳିବ ଅକ୍ସିଜେନ କନସେଣ୍ଟ୍ରଟର, ବୁକ୍ ପରେ ହେବ ହୋମ ଡେଲିଭେରି

ରାଜ୍ୟର ୫ଟି ସହରରେ ଘରେ ଘରେ ମିଳିବ ଅକ୍ସିଜେନ କନସେଣ୍ଟ୍ରଟର, ବୁକ୍ ପରେ ହେବ ହୋମ ଡେଲିଭେରି

ରାଜ୍ୟର ୫ଟି ସହରରେ ଅକ୍ସିଜେନ କନସେଣ୍ଟ୍ରଟର ହୋମ ଡେଲିଭେରି ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଛନ୍ତି । ଏହି ସୁବିଧା ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁରରେ ମିଳିପାରିବ।

କରୋନା ମହାମାରୀ ସମୟରେ ଅକ୍ସିଜେନ ଖୋଜୁଥିବା ଲୋକଙ୍କୁ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ସେ ଜଣାଇଛନ୍ତି । କୋଭିଡ ଡ୍ୟାସ ବୋର୍ଡରେ ଲଗଇନ କରି ଅକ୍ସିଜେନ କନସେଣ୍ଟ୍ରଟର ପାଇଁ ବୁକ କରିବାକୁ ପଡିବ ।

ବୁକ କରିବା ପରେ ଅକ୍ସିଜେନ କନସେଣ୍ଟ୍ରଟର ହୋମଡେଲିଭରି କରାଯିବ । ଅକ୍ସିଜେନ କନସେଣ୍ଟ୍ରଟର ବାହାର ବାୟୁରୁ ଅକ୍ସିଜେନ ପ୍ରସ୍ତୁତ କରିପାରିବ । ସାଧାରଣତଃ ବାହାର ବାୟୁରେ ୨୧ ପ୍ରତିଶତ ଅକ୍ସିଜେନ ଥାଏ । ତେବେ ଏହି କନସେଣ୍ଟ୍ରଟର ଶୁଦ୍ଧ ଅକ୍ସିଜେନ ପ୍ରସ୍ତୁତ କରି ଯୋଗାଇ ଦେଇପାରିବ ।

Leave a Reply

Your email address will not be published. Required fields are marked *