ବାତ୍ୟା ୟାସ୍ କ୍ଷୟକ୍ଷତିର ଆକଳନ କରିବାକୁ ସାତ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶାରେ ପହଞ୍ଚିଛନ୍ତି-

ବାତ୍ୟା ୟାସ୍ କ୍ଷୟକ୍ଷତିର ଆକଳନ କରିବାକୁ ସାତ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶାରେ ପହଞ୍ଚିଛନ୍ତି-

ବାତ୍ୟା ୟାସ୍ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗତକାଲିଠାରୁ ସାତ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶାରେ ପହଞ୍ଚିଛନ୍ତି। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି ଟିମ୍ ଆସିଛନ୍ତି ।

ଟିମରେ ଚାରିଜଣ ଓଡିଆ ଅଧିକାରୀ ଅଛନ୍ତି ଯେଉଁମାନେ ଦୁଇ ଦିନିଆ ସରକାରୀ ଗସ୍ତରେ ଆସି ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ ଓ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଉପସ୍ଥାପନ କରିଛନ୍ତି। କେନ୍ଦ୍ରୀୟ ଟିମରେ ୪ ଜଣ ଓଡ଼ିଆ ଅଫିସର ଥିଲା ବେଳେ ରାଜ୍ୟ ସରକାରଙ୍କ ଶକ୍ତି, ପୂର୍ତ୍ତ ଓ ଜଳସଂପଦ ବିଭାଗ ପଦାଧିକାରୀ ମଧ୍ୟ ବାତ୍ୟାଞ୍ଚଳ ଗସ୍ତରେ ଟିମ୍ ସହ ସାମିଲ ହେବେ ।

ଏହି ଟିମ୍ ଆଜି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ମୟୂରଭଞ୍ଜର ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବେ। ସରକାରୀ ସୂଚନା ଅନୁସାରେ ୪ ଜଣିଆ ଟିମ୍ ସୋମବାର ପ୍ରଥମେ ବାଲେଶ୍ୱର ଜିଲ୍ଲା ଗସ୍ତ କରି ତୃଣମୂଳସ୍ତରରୁ ବାତ୍ୟାର କ୍ଷତି ଆକଳନ କରିବେ । ଅନ୍ୟ ୩ ଜଣିଆ ଟିମ୍ ଭଦ୍ରକ ଗସ୍ତରେ ଯିବ ।

ଦୁଇ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବା ପରେ ବାଲେଶ୍ୱର ଯାଇଥିବା ଟିମ୍ ମଙ୍ଗଳବାର ମୟୂରଭଞ୍ଜ ଏବଂ ଭଦ୍ରକ ଯାଇଥିବା ଟିମ୍ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରିବେ ।

ଦୁଇ ଦିନିଆ ପରିଦର୍ଶନ ଶେଷ ହେବା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଏକ ବୈଠକ କରିବ ବୋଲି ଆଶା କରାଯାଉଛି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ପ୍ରଭାବିତ ଅଞ୍ଚଳ ଉପରେ ବିମାନ ସର୍ଭେ କରିଥିଲେ ଓ ପୁନରୁଦ୍ଧାର କାର‌୍ୟ୍ୟ ପାଇଁ ଅଗ୍ରୀମ ସହାୟତା ଭାବରେ କେନ୍ଦ୍ରରୁ ୫୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। କେନ୍ଦ୍ରୀୟ ଦଳ ଦ୍ୱାରା କ୍ଷତିର ସମ୍ପୂର୍ଣ୍ଣ ଆକଳନ କରାଯିବା ପରେ ସେ ଆହୁରି ସହାୟତା କରିବେ ବୋଲି ମଧ୍ୟ କହିଛନ୍ତି।

ଏହି ସମୟ ମଧ୍ୟରେ ବାତ୍ୟା ଯୋଗୁଁ ରାଜ୍ୟ ପ୍ରଶାସନ ୬୨୦ କୋଟି ଟଙ୍କା କ୍ଷୟକ୍ଷତି ଆକଳନ କରିଥିଲା। ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ମଧ୍ୟ ଦୀର୍ଘସୂତ୍ରୀ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି।

Leave a Reply

Your email address will not be published. Required fields are marked *