ମୁଖ୍ୟମନ୍ତ୍ରୀ ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ, ୮୭ହଜାରରୁ ଉର୍ଦ୍ଧ ଦୋକାନୀ ଉପକୃତ ହେବେ

ମୁଖ୍ୟମନ୍ତ୍ରୀ ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ, ୮୭ହଜାରରୁ ଉର୍ଦ୍ଧ ଦୋକାନୀ ଉପକୃତ ହେବେ

କରୋନା ସଂକ୍ରମଣ ମଧ୍ୟରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି । ଯାହାଫଳରେ ରହିବା ,ଖାଇବା ,ପିଇବାରେ ବିଭିନ୍ନ ସମସ୍ୟା ଉପୁଜୁଛି । ତେବେ ଏହାକୁ ଦୃଷ୍ଟିରେ ରଖି ଉଠା ଦୋକାନୀଙ୍କ ପାଇଁ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି ।

ସହରାଞ୍ଚଳର ସବୁ ଉଠା ଦୋକାନୀଙ୍କ ପାଇଁ ପାଣ୍ଠି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଏହିପାଇଁ ୨୬ କୋଟି୨୯ ଲକ୍ଷ୭୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଅର୍ଥ ରାଶି ମଂଞ୍ଜୁର ହୋଇଛି । ଲକ୍‌ଡ଼ାଉନ୍ ବେଳେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଉଠାଦୋକାନୀ ମାନେ । ଏହାକୁ ଦୃଷ୍ଟିରେ ରଖି ସରକାର ଏପରି ଘୋଷଣା କରିଛନ୍ତି । ଯାହାଫଳରେ ରାଜ୍ୟର ୮୭ହଜାର୬୫୭ ଉଠା ଦୋକାନୀ ଉପକୃତ ହେବେ । 

Leave a Reply

Your email address will not be published. Required fields are marked *