ଗଜପତି ଜିଲ୍ଲାରେ ସାର ବୋଝେଇ ଟ୍ରକ୍ ଓଲଟି ୬ ଗୁରୁତର

ଗଜପତି ଜିଲ୍ଲାରେ ସାର ବୋଝେଇ ଟ୍ରକ୍ ଓଲଟି ୬ ଗୁରୁତର

ଗଜପତି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଘଟିଛି । ଏକ ସାର ବୋଝେଇ ଟ୍ରକ୍ ଓଲଟି ୬ ଜଣ ଗୁରୁତର ଭାବରେ ଆହାତ ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତରେ ।

ଜିରାଙ୍ଗ ପଞ୍ଚାୟତର ନଦୀ ସାହି ନିକଟରେ ଏକ ସାର ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଟ୍ରକ୍ ଚାଳକ ଓ ହେଲପରଙ୍କ ସମେତ ୬ ଜଣ ଅତି ଗୁରୁତର ଭାବରେ ଆହାତ ହୋଇଛନ୍ତି ।

ତେବେ ଏହି ଦୂର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସୂଚନା ମିଳିନଥିବା ବେଳେ ଗୁରୁତର ଭାବରେ ଆହାତଙ୍କୁ ନିକଟସ୍ଥ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଦୂର୍ଘଟଣା ସମ୍ପର୍କରେ ଖବର ପାଇଁ ମୋହନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ କୁ ଉଦ୍ଧାର କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *