ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ସମୟ ନିର୍ଦ୍ଧାରିତ ହେଲା

ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ସମୟ ନିର୍ଦ୍ଧାରିତ ହେଲା

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଆଉ ମାତ୍ର ହାତରେ ୧୧ ଦିନ ବାକି ରହିଥିବା ବେଳେ ଶ୍ରୀ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡାନ୍ତ ହୋଇଛି ପ୍ରସ୍ତୁତି । 

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ର୍ନିଘଣ୍ଟର ସମସ୍ତ ମଧ୍ୟ ସ୍ଥିର କରାଯାଇଛି । ଏହା ଉପରେ କେବଳ ଛତିଶା ନିଯୋଗର ଅନୁମୋଦନ ବାକି ରହିଛି । ଗତ କାଲି ଶ୍ରୀ ମନ୍ଦିର ଉପ ମୁଖ୍ୟ ପ୍ରଶାସନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ମହାପ୍ରଭୁଙ୍କ ନୀତି ର୍ନିଘଣ୍ଟ ସମୟ ବିଷୟରେ ଆଷଳାଚନା କରାଯାଇଥିଲା ।

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ରାତିରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ । ଏଥିପାଇଁ ରାତି ସାଢେ ଗୋଟାଏରୁ ୪ ଟା ମଧ୍ୟରେ ମହାପ୍ରଭୁ ସ୍ନାନ ବେଦିକୁ ବିଜେ କରିବେ ବୋଲି ଜଣାପଡିଛି ।

ଏହାଛଡା ସ୍ନାନ ଯାତ୍ରା ଠାରୁ ଆରମ୍ଭ କରି ଅନସର ନୀତି ପର୍ଯ୍ୟନ୍ତି ସବୁ ନୀତିକାନ୍ତିର ସମୟ ଧାର୍ଯ୍ୟ କରାଯାଇଛି ଏହି ବୈଠକରେ ।

ତେବେ ଚଳିତ ବର୍ଷ ଭକ୍ତଶୂନ୍ୟ ସ୍ନାନ ଯାତ୍ରା ହେବାକୁ ଯାଉଛି ପୂର୍ବ ବର୍ଷ ଭଳି କେବଳ ଆବଶ୍ୟକ ସେବାୟତ ମାନଙ୍‌କ ଦ୍ୱରା ହିଁ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସ୍ନାନ ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ମଧ୍ୟ କରାଯି କୋଭିଡ୍ ନେଗେଟିଭ୍ ଥିବା ସେମାୟତ ମାନେ ହିଁ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନୀତିକାନ୍ତିରେ ସାମିଲ ହୋଇ ପାରିବେ ।

Leave a Reply

Your email address will not be published. Required fields are marked *