ଚୋରା ବିଦେଶୀ ମଦ ବିକ୍ରି କାରବାର  ବୃଦ୍ଧି, ଅତର୍କିତ ଚଢ଼ାଉରେ ୯୩ ଲିଟର ବିଦେଶୀ ମଦ ଜବତ ଏବଂ ଜଣେ ଗିରଫ-

ଚୋରା ବିଦେଶୀ ମଦ ବିକ୍ରି କାରବାର ବୃଦ୍ଧି, ଅତର୍କିତ ଚଢ଼ାଉରେ ୯୩ ଲିଟର ବିଦେଶୀ ମଦ ଜବତ ଏବଂ ଜଣେ ଗିରଫ-

ବର୍ତ୍ତମାନ କରୋନା ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଗତି କରୁଥିବା ବେଳେ ଲକଡାଉନ ରେ ବୃଦ୍ଧି ପାଉଛି ଚୋରା ବିଦେଶୀ ମଦ ବିକ୍ରି କାରବାର ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏରେଣ୍ଡ୍ରା ଗ୍ରାମରେ ଏକ ଘର ଭିତରେ ବେଆଇନ ଭାବେ ଲୁଚାଛପା ଭାବେ ବିଦେଶୀ ମଦ ବିକ୍ରି ଅଭିଯୋଗରେ ପାଟପୁର ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ୯୩ ଲିଟର ବିଦେଶୀ ମଦ ଜବତ କରାଯାଇଛି ଏବଂ ଜଣେ ଯୁବକକୁ ଗିରଫ କରାଯାଇଛି ।

ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ଜିତୁନ ବିଷୋୟୀ । ତେବେ ପୋଲିସ ଅଭିଯୁକ୍ତ ଜିତୁନଙ୍କ ନାମରେ ଥାନା ମାମଲା ନଂ ୧୯୧/୨୧ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *