
ଏକ ତରଫା ପ୍ରେମରୁ ପାଗଳ ପ୍ରେମିକ ଘଟାଇଛି ଅଭାବନିୟକାଣ୍ଡ । ଏପରିକି ବିବାହ କରିବାକୁ ଦାବି କରି ବିଫଳ ହେବାରୁ ଏହି ହତାସ ପ୍ରେମିକ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଇଛି ।
ସୂଚନା ଅନୁସାରେ, ଉକ୍ତ ହତାସ ପ୍ରେମିକଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନନାନ୍ତରିତ କରାଯାଇଛି ।
ଗୁରୁତର ଏହି ହତାସ ପ୍ରେମିକ ହେଲେ ଢେଙ୍କାନାଲ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲରାମପୁର ଜୁଆଙ୍ଗ ସାହିର ୨୪ବର୍ଷୀୟ ଟୁକୁନା ପ୍ରଧାନ । ତାଙ୍କ ଶରୀରର ଶତକଡା ୮୦ପ୍ରତିଶତ ପୋଡିଯାଇଥିବା ଦେଖିବାକୁ ମିଳିଛି । ଟୁକୁନା ତାଙ୍କ ଗ୍ରାମର ଏକ ଝିଅକୁ ଏକ ତରଫା ପ୍ରେମ କରୁଥିଲେ ।
ତେବେ ଆଜି ସକାଳେ ଉକ୍ତ ଝିଅକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ଉକ୍ତ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ରୋକଠୋକ ମନ କରିଦେଇଥିଲେ । ଫଳରେ ହତାସ ହୋଇ ଟୁକୁନା ଘରକୁ ଫେରି ଆତ୍ମହତ୍ୟା କରିବାକୁ ଯାଇ ଘରେ ଥିବା କିରାସିନି ଢାଳିହୋଇ ନିଜ ଦେହରେ ନିଆଁ ଲଗାଇ ଦେଇଥିବ ଜଣାପଡିଛି ।
ଘରଲୋକ ଏହା ଦେଖି ତାଙ୍କୁ ନିଆଁରୁ ଉଦ୍ଧାର କରି ଚିକିତ୍ସାପାଇଁ ଡାକ୍ତରଖାନାକୁ ନେଇଥିଲେ ।