କୋଭିଡ କଟକଣା ନମାନି ଭାଇ ବାହାଘରରେ ନାଚିବା ମହଙ୍ଗା ହେଲା, ତହସିଲଦାର ନିଲମ୍ବିତ-

କୋଭିଡ କଟକଣା ନମାନି ଭାଇ ବାହାଘରରେ ନାଚିବା ମହଙ୍ଗା ହେଲା, ତହସିଲଦାର ନିଲମ୍ବିତ-

ଯାଜପୁର ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।

ଗତ ମେ ୨୧ରେ ତହସିଲଦାର ବେହେରା ନିଜ ଭାଇ ବାହାଘର ପାଇଁ ବରଯାତ୍ରୀ ସହ ଜଗତସିଂହପୁର ଜିଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁକୁ ଯାଇଥିଲେ।

ସେଠାରେ ଜଣେ ରାଜସ୍ବ ଅଧିକାରୀ ହୋଇ ବି କରୋନା ଆଇନକୁ ଉଲ୍ଲଂଘନ କରି ଶତାଧିକ ଲୋକଙ୍କ ସମାଗମରେ ନୃତ୍ୟ ପ୍ରଦର୍ଶନ କରିଥିବା ଲୋକେ ଅଭିଯୋଗ କରିଥିଲେ ଓ ଭିଡିଓ ଭାଇରାଲ ହୋଇଥିଲା ।

ଜଣେ ସରକାରୀ ଅଧିକାରୀ ମାସ୍କ ମଧ୍ୟ ନ ପିନ୍ଧି କରୋନା କଟକଣାକୁ ଫୁ କରି ନୃତ୍ୟ ପରିବେଷଣ କରିବାକୁ ନେଇ ଲୋକେ ଖୁବ୍ ସମାଲୋଚନା କରିଥିଲେ । ସ୍ଥାନୀୟ ସରପଞ୍ଚ ସିଲାରାଣୀ ଖଣ୍ଡୁଆଳଙ୍କ ଲିଖିତ ଅଭିଯୋଗ କ୍ରମେ ଜଗତସିଂହପୁର ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହାସହ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଏହି ଅଭିଯୋଗ ଉପରେ ଯାଞ୍ଚ କରି ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *