
ଭଦ୍ରକ ପୁରୁଣା ବଜାର ପୋଲିସ ଦ୍ଵାରା ସନ୍ଥିଆ ବ୍ରିଜ ନିକଟରୁ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ ।
ଜବତ ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି । ଗିରଫ ଯୁବକ ହେଲେ ନଙ୍ଗାମହଲାର ଜମାଲଉଦ୍ଦିନ ଖାନ ଓ ନିଳକଣ୍ଠପୁରର ଏସକେ ରଫିକ ।
ଚଢ଼ାଉ ବେଳେ ଏକ ବାଇକ ସହ ବ୍ରାଉନସୁଗାର ପାଇଁ ବ୍ୟବହୃତ କାଗଜ ଓ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । ଏନେଇ ଅଧିକ ଖୋଳତାଡ଼ ଆରମ୍ଭ କରିଛି ଭଦ୍ରକ ପୋଲିସ