ମଦ ନିଶାରେ ବାପାକୁ ହାଣି ହତ୍ୟା କଲା ପୁଅ-

ମଦ ନିଶାରେ ବାପାକୁ ହାଣି ହତ୍ୟା କଲା ପୁଅ-

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଂଚାୟତ ଅଧିନ ପାଇକପଡା ଗ୍ରାମର ନାଇକି ସାହିରେ ନିଶାସକ୍ତ ଅବସ୍ଥାରେ ପୁଅ ବାପାର ଜୀବନ ନେଇଛି । ବାପାକୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଶୁକ୍ରବାର ମଧ୍ୟରାତ୍ରିରେ ନାଇକି ସାହି ଗ୍ରାମର ୭୦ ବର୍ଷୀୟ ଅନାମ ନାଇକି ଓ ୩୮ ବର୍ଷୀୟ ପୁଅ ଶ୍ରୀକାନ୍ତ ନାଇକିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ।

ପୂର୍ବରୁ ନିଶାଶକ୍ତ ଅବସ୍ଥାରେ ଥିବା ପୁଅ ଶ୍ରୀକାନ୍ତ ମାଆଙ୍କୁ ପିଟିଥିଲା । ମାଆ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ । ଏହାକୁ ବାପା ଅନାମ ପ୍ରତିବାଦ କରିବାରୁ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା । ବାପାଙ୍କୁ ହତ୍ୟା କରି ପଳାଇ ଯାଉଥିବାବେଳେ ଗ୍ରାମବାସୀ ତାକୁ କାବୁ କରି ପୋଲିସକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଅ ଶ୍ରୀକାନ୍ତକୁ ଗିରଫ କରିଛି । ଦୀର୍ଘ ବର୍ଷ ହେବ ଏହି ଅଞ୍ଚଳରେ ବିପୁଳ ପରିମାଣରେ ମଦ ବ୍ୟବସାୟ ହେଉଥିଲେ ହେଁ ସବୁ ଜାଣିଶୁଣି ପୋଲିସ କୌଣସି ପଦକ୍ଷେପ ନେଉନି। ଫଳରେ ଏଭଳି ହତ୍ୟାକାଣ୍ଡ ବଢିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *