ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି-

ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି-

ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରାତି ୧୧ଟାରେ ମୃତ୍ୟୁ ହୋଇଯାଇଛି । ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍‌ରେ ତପୁଙ୍କର ଅମ୍ଲଜାନ ସ୍ତର ବହୁତ କମିଆସୁଥିବା କହିଥିଲେ ଡାକ୍ତର ।

ମେ ମାସ ୩୧ରେ ଅମ୍ଳ୍‌ଜାନ ସ୍ତର ଖସି ଆସିଥିବା ବେଳେ ତାଙ୍କୁ ସ୍ପର୍ଶ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା‌ରେ ସୁଧାର ନ ଆସିବାରୁ ତାଙ୍କୁ ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କିଛି ଦିନ ରହିବା ପରେ ‌କରୋନାରୁ ମୁକ୍ତ ହୋଇଥିଲେ ଓ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା । କିନ୍ତୁ କରୋନା ଯୋଗୁଁ ତାଙ୍କ ଫୁସ୍‌ଫୁସ୍‌ର ୭୫ ପ୍ରତିଶତ ସଂକ୍ରମିତ ହୋଇ ସାରିଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଦିନକୁ ଦିନ ତାଙ୍କ ଅବସ୍ଥା ଗୁରତର ହୋଇପଡୁଥିବା କହିଥିଲେ ଡାକ୍ତର ।

ତପୁ ମିଶ୍ର ଓଡ଼ିଆ ସଂଗୀତ ଦୁନିଆର ଜଣେ ପରିଚିତ ଚେହେରା। ପାଖାପାଖି ୨୦୦ ଚଳଚ୍ଚିତ୍ରରେ ଗୀତ ଗାଇଥିବା ଏହି କଣ୍ଠଶିଳ୍ପୀ ୨୦୦୩ ମସିହାରେ ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ତାଙ୍କ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଗୀତ ଗାଇ ଦୀର୍ଘ ଦୁଇ ଦଶନ୍ଧି ଧରି ଓଲିଉଡ୍‌ ସହ ଯୋଡ଼ି ହୋଇ ଅଛନ୍ତି। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ ‘ଆ ମାନେ ଆନନ୍ଦପୁର…’, ‘ଆଇ ଲଭ୍‌ ୟୁ…’, ‘ଇସ୍କ ତୁ ହିଁ ତୁ…’ ଅନ୍ୟତମ । ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଓଡ଼ିଶାର ଆହୁରି ଅନେକ ପୁରସ୍କାର ସେ ପାଇଛନ୍ତି ।

ତପୁଙ୍କ ଅବସ୍ଥା ଗୁରୁତର ହୋଇପଡିଥିବା ବେଳେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଶେଷରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ତପୁ ମିଶ୍ର । ଯାହାକି ସଙ୍ଗୀତ ଜଗତରେ ଏକ ବଡ଼ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବନି । ।

Leave a Reply

Your email address will not be published. Required fields are marked *