୧୨ ଫୁଟ ବିଶିଷ୍ଟ ବିରାଟକାୟ ଅଜଗର ଯାଜପୁରରୁ ଉଦ୍ଧାର

୧୨ ଫୁଟ ବିଶିଷ୍ଟ ବିରାଟକାୟ ଅଜଗର ଯାଜପୁରରୁ ଉଦ୍ଧାର

ଯାଜପୁର ସାମିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁବୁଲି ଗ୍ରାମରୁ ଜଙ୍ଗଲ ଅଧିକାରୀମାନେ ୧୨ ଫୁଟର ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି । ପ୍ରାଥମିକ ଚିକିତ୍ସା ପରେ କପିଳାଶ ଜଙ୍ଗଲରେ ଏହି ସାପକୁ ଛାଡି ଦିଆଯାଇଛି।

ସୂତ୍ରରୁ ପ୍ରକାଶ ଯେ, ପୁବୁଲି ଗାଁର ସ୍ଥାନୀୟ ଲୋକମାନେ ଅଜଗରକୁ ଗାଁ ନିକଟସ୍ଥ ଏକ ବୁଦା ଜଙ୍ଗଲରେ ଦେଖିଥିଲେ। ଏହା ପରେ ଗ୍ରାମବାସୀ ଏହାକୁ ବୈରୀ ଫରେଷ୍ଟ ରେଞ୍ଜର ଅଧିକାରୀମାନଙ୍କୁ ଜଣାଇଥିଲେ।

ଜଙ୍ଗଲ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସାପକୁ ଉଦ୍ଧାର କରିଥିଲେ। ପରେ ପ୍ରାଥମିକ ଚିକିତ୍ସା ପରେ କପିଲାଶର ଘଞ୍ଚ ଜଙ୍ଗଲରେ ଏହାକୁ ଛାଡିଦିଆଯାଇଛି ।

Leave a Reply

Your email address will not be published. Required fields are marked *