
ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ୨୦୨୦ରେ ତାଙ୍କ ପ୍ରଥମ ପତ୍ନୀ ନିଳିମା ପ୍ରଧାନଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ୫ ବର୍ଷର ଏକ ଶିଶୁକନ୍ୟା ମଧ୍ୟ ଅଛି ।
ସୂଚନାନୁସାରେ, ଜୁଲାଇ ୨ରେ ପାରମ୍ପରିକ ରୀତିନାତିରେ ଡେଷ୍ଟିନେସନ ୱେଡିଂର ବିଧାୟକ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି । ଦୁଇଦିନ ଧରି ଏହି ବିବାହ କାର୍ଯ୍ୟକ୍ରମ ଚାଲିବ ସେଥିଲାଗି ବିଳାସମୟ ହୋଟେଲ ମଧ୍ୟ ବୁକ୍ କରାଯାଇଛି । ତେବେ ନିର୍ବନ୍ଧ ଶେଷ ହୋଇଥିବା ଜଣାପଡିଛି ।
ବିବାହ କାର୍ଯ୍ୟକ୍ରମକୁ ଗୁପ୍ତରେ କରାଯାଉଛି କିନ୍ତୁ ବିବାହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି କାର୍ୟ୍ୟକ୍ରମରେ ପରିବାର ତଥା ରାଜନେତା ଯୋଗ ଦେବେ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ବିଧାୟକ ତାଙ୍କର କୌଣସି ପୁରୁଣା ବାନ୍ଧବୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୦୧୪ରେ ସେ ତାଙ୍କ ଦୀର୍ଘଦିନର ବାନ୍ଧବୀ ନିଳିମାଙ୍କୁ ବିବାହ କରିଥିଲେ କିନ୍ତୁ ୨୦୨୦ ଫେବୃୟାରୀ ୩ ତାରିଖରେ ନିଳିମାଙ୍କ ଦେହାନ୍ତ ଘଟିଥିଲା ।