ପୁରୀ ଭଳି ଶାବର ଶ୍ରୀକ୍ଷେତ୍ରରେ ବି କଟକଣା ମଧ୍ୟରେ ଅନୁଷ୍ଠିତ ହେଲା ସ୍ନାନଯାତ୍ରା-

ପୁରୀ ଭଳି ଶାବର ଶ୍ରୀକ୍ଷେତ୍ରରେ ବି କଟକଣା ମଧ୍ୟରେ ଅନୁଷ୍ଠିତ ହେଲା ସ୍ନାନଯାତ୍ରା-

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । କିନ୍ତୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ଭକ୍ତଶୂନ୍ୟ ଓ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି ସ୍ନାନଯାତ୍ରା ।

କେବଳ ପୁରୀରେ ନୁହେଁ ମହାପ୍ରଭୁଙ୍କ ଅନ୍ୟ ସମସ୍ତ ପୀଠରେ ବି ଆଜି ସ୍ନାନବେଦୀକୁ ବିରାଜମାନ କରିଥାନ୍ତି ଶ୍ରୀଜୀଉ । 

ପୁରୀ ଭଳି ଆଜି ଶାବର ଶ୍ରୀକ୍ଷେତ୍ରରେ ବି କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ସମସ୍ତ କୋଭିଡ୍ ନିୟଭର ଅନୁପାଳନ କରି ଭକ୍ତଶୂନ୍ୟ ଭାବରେ ଶାବର ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁ ସ୍ନାନ ବେଦୀକୁ ବିରାଜମାନ କରିଛନ୍ତି ।

ପ୍ରତିବର୍ଷ ଏହି ସ୍ଥାନରେ ସ୍ନାନ ଯାତ୍ରା ସମୟରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ତେବେ ଚଳିତ ବର୍ଷ କିନ୍ତୁ କରୋନା କଟକଣା ମଧ୍‌ୟରେ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ମନ୍ଦିର ପରିସର ଭିତରେ ମହାପ୍ରଭୁଙ୍କ ସ୍ନାନ ବେଦୀ ନିର୍ମାଣ କରାଯାଇ ସେଠାରେ ଶ୍ରୀଜୀଉଙ୍କ ନୀତିକାନ୍ତି ସମ୍ପନ୍ନ କରାଯାଇଛି ।

Leave a Reply

Your email address will not be published. Required fields are marked *