
ଦୀର୍ଘ ଦିନ ଧରି ଲକ୍ଷାଧିକ ଟଙ୍କା ଆତ୍ମସାତ କରି ଲୁଚିରହିଥିବା କିଓସ୍କ ବ୍ୟାଙ୍କର ମ୍ୟାନେଜର ଏବେ ଧରାପଡ଼ିଛି । ଆଜି ସକାଳେ ଛତ୍ରପୁର ବଜାରରେ ଜମାକାରୀମାନେ ପାଇବା ପରେ ଉତ୍ତମ ମଧ୍ୟମ ଦେବା ସହ ରେଷ୍ଟ ହାଉସରେ ପୁରାଇ ତାଲା ଦେଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ନୀଳଗିରି ବ୍ଲକର ଛତ୍ରପୁରଠାରେ ଥିବା କିଓସ୍କ ବ୍ୟାଙ୍କର ମ୍ୟାନେଜର ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଯାହାଫଳରେ ସେହି ବ୍ୟକ୍ତି ଜଣକ ଦୁଇ କର୍ମଚାରୀଙ୍କ ନାଁରେ ଦୋଷ ଲଦି ଖସି ଯାଇଥିଲା । ପରେ ତାକୁ ଲୋକ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାର କିଛି ଖୋଜ ଖବର ମିଳିନଥିଲା ।
ତେବେ ଆଜି ସକାଳେ ଛତ୍ରପୁର ବଜାରରେ ଜମାକାରୀମାନେ ପାଇବା ପରେ ଉତ୍ତମ ମଧ୍ୟମ ଦେବା ସହ ରେଷ୍ଟ ହାଉସରେ ପୁରାଇ ତାଲା ଦେଇଥିବା ଦେଖିବାକୁ ମିଳିଛି