
ରାଜ୍ୟରେ ଏବେ ବହୁ ସ୍ଥାନରେ ଗଞ୍ଜେଇ ଚୋରାଚାଲାଣ ଖୁଲମଖୁଲା ଭାବରେ ଚାଲିଥିବା ବେଳେ ଆଜି ସମ୍ବଲପୁରର ଏକ ପ୍ରମୁଖ ଆଶ୍ରମ ଭିତରୁ ବିପୁଳ ପରିମାଣ ଗଞ୍ଜେଇ ଜବତ୍ କରିଛି ଅବକାରୀ ବିଭାଗ ।
ସମ୍ବଲପୁର ରେଢାଖୋଲ ନାକଟିଦେଉଳି ଥାନା ଚହଟପଦା ଗାଁ ପଞ୍ଚୁ ପାଣ୍ଡବ କ୍ରୀଡାସ୍ଥଳୀ ଆଶ୍ରମରେ ବେଧଡକ୍ ଭାବରେ ଚାଲିଥିଲା ଗଞ୍ଜେଇ ଚାଷ । ଗଞ୍ଜେଇ ଚାଷ ପୁଣି ସ୍ୱୟଂ ବାବା ଙ୍କ ଦ୍ୱାରା ହେଉଥିଲା ।
ତେବେ ଖବର ପାଇ ପୋଲିସ୍ ଚଢାଉ କରି ପ୍ରାୟ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ୍ କରିବା ସହିତ ଏହି ମାମଲାରେ ଆଶ୍ରମରେ ରହୁଥିବା ବାବାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ।