
ବଲାଙ୍ଗିର ଜିଲ୍ଲାର ପାଟନାଗଡ ପୋଲିସ ସୀମା ଅନ୍ତର୍ଗତ ଭାଇଁସାରେ ଟିକାକରଣ କେନ୍ଦ୍ରରୁ ପୋଲିସ ଦୁଇ ବର୍ଷରୁ ଅଧିକ ସମୟ ଧରି ଫେରାର ଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ ଧରି କୋର୍ଟ ଚାଲାଣ କରିଛି ।
ଅଭିଯୁକ୍ତ ଜଣକ ହେଲା ଅରୁଣ ପୋଧା । ସେ ତାଙ୍କ ଗାଁକୁ କରୋନା ଟିକା ଗ୍ରହଣ ନେବାକୁ ଆସିଥିଲେ। ପାଟଣାଗଡ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।
୨୦୧୯ ମାର୍ଚ୍ଚ ୨୦ରେ ଜଣେ ଝିଅକୁ ବଳାତ୍କାର କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହା ପରେ ସେ ଗିରଫଦାରୀକୁ ଏଡ଼ାଇବା ପାଇଁ ଫେରାର ଥିଲେ ।
ଅଭିଯୁକ୍ତ ପୋଲିସକୁ କହିଛି ଯେ ସେ ଗତ ଦୁଇବର୍ଷ ଧରି କୋଏମ୍ବାଟୁରର ଏକ ବୟନ କାରଖାନାରେ କାମ କରୁଥିଲେ। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଓ ପରେ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଜେଲକୁ ପଠାଇ ଦିଆଯାଇଥିଲା।