ଆସନ୍ତାକାଲି ଚଳିତ ବର୍ଷ ବିଜେପିର ଦ୍ୱିତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ

ଆସନ୍ତାକାଲି ଚଳିତ ବର୍ଷ ବିଜେପିର ଦ୍ୱିତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ

ଆସନ୍ତା କାଲି ଚଳିତ ବର୍ଷର ଦ୍ୱିତୀୟ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଏ ନେଇ ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଭର୍ଚୁଆଲ ମୋଡରେ ଏହି ବୈଠକ ବସିବାକୁ ଯାଉଛି ।

କାଲି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଷଳାଚନା ହେବାକୁ ଥିବା ବେଳେ ଆଗକୁ ବିଜେପିର ରଣନୀତି କଣ ରହିବ ତାହା ପାଇଁ ମଧ୍ୟ ପ୍ରସ୍ତୁତି ଆଲୋଚନା ହେବ ।

ତେବେ ଏହି ବୈଠକରେ ଓଡିଶାର ସମସ୍ତ ପ୍ରମୁଖ ନେତା ଯୋଗଦେବେ । ବିଶେଷ ଭାବେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ କିଷାନ ବିଶିଷ୍ଟ ନେତା ତଥା ରାଜ୍ୟ ସହ ପ୍ରଭାରୀ ବିଜୟପାଳ ସିଂ ତୋମାର ଯୋଗଦେବେ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଷ୍ଟ୍ରୀୟ ପଦାଧିକାରୀ, ସମସ୍ତ ବିଧାୟକ ଓ ସାଂସଦ, ଜିଲ୍ଲା ସଭାପତି, ସମସ୍ତ ମୋର୍ଚ୍ଚାର ସଭାପତି ମାନେ ମଧ୍ୟ ଯୋଗଦେବେ ।

Leave a Reply

Your email address will not be published. Required fields are marked *