
ରାଜ୍ୟରେ ସରକାରୀ ବାବୁ ମାନଙ୍କ ଟଙ୍କା ଆତ୍ମସାତ୍ କରିବାର ଖବର ନୂଆ ନୁହେଁ ପ୍ରତିଦିନ କିଛି ନି କିଛି ଅଭିଯୋଗରେ କାହା ଘରେ ଭିଜିଲାନ୍ସ ଚଢାଉ ହେଉଛି ତ ଆଉ କେଉଁ ବଡ଼ ବାବୁଙ୍କୁ ନିଲମ୍ବିତ କରାଯାଉଛି ।
ସମାନ ଭାବରେ ବର୍ତମାନ ବି ଜଣେ ସରକାରୀ ବାବୁଙ୍କ ନିଲମ୍ବନ କରାଯାଇଛି ସରକାରୀ ଟଙ୍କା ଆତ୍ମସାତ୍ କରୁଥିବା ଅଭିଯୋଗରେ । ପୋଖରୀ ଖୋଳା ନାଁରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ବନାଞ୍ଚଳ ରେଞ୍ଜ ଫରେଷ୍ଟର ରାମଚନ୍ଦ୍ର ଜାନିଙ୍କୁ ନିଲମ୍ବନ କରାଯାଇଛି ।
ସୂଚନା ଅନୁସାରେ ଡାବୁଗାଁ ବନାଞ୍ଚଳ ଅଧୀନ ହାତୀବେଡ଼ା ପଞ୍ଚାୟତର ବଡପାଂଜରିଆଗୁଡା ଗାଁରେ ପୋଖରୀ ଖୋଳା ନାଁରେ ସେ ୧ ଲକ୍ଷ ୬ ହଜାର ୮୧୨ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ।
ତେବେ ଏହା ବାବଦରେ ଅଭିଯୋଗ ଆସିବା ପରେ ଘଟଣାର ଅଡିଟ୍ କରାଯାଇ ସତ ପଦାକୁ ଅଣାଯାଇଛି ଏବଂ ଆଜି ଫରେଷ୍ଟର ରାମଚନ୍ଦ୍ର ଚାନିଙ୍କୁ ନିଲମ୍ବନ କରାଯାଇଛି ।