
କରୋନା ପିଡିତ ଶିକ୍ଷା ବର୍ଷରେ ରାଜ୍ୟ ସରକାର ବିନା ପରିକ୍ଷାରେ ଛାତ୍ରଛାତ୍ରୀଙ୍କର ପୁର୍ବ ଶ୍ରେଣୀ ପ୍ରଦର୍ଶନ ଆଧାରରେ ମାର୍କ ପ୍ରଦାନ କରି ପାସ୍ କରାଇଛନ୍ତି। ତେବେ ଭଦ୍ରକ ଜିଲ୍ଲାର 57 ବର୍ଷୀୟ ସ୍ବର୍ଣ୍ଣଲତା ପତି ବିନା ପରିକ୍ଷାରେ ମାଟ୍ରିକ୍ ପାସ୍ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ରେଗୁଲାର ପଢୁଥିବା ଛାତ୍ରଛାତ୍ରୀଙ୍କର ପୁର୍ବ ଶ୍ରେଣୀ ପ୍ରଦର୍ଶନ ଆଧାରରେ ମାର୍କ ଆଧାରରେ ମୁଲ୍ୟାୟନ କରି ପାସ୍ କରାଇଥିବା ବେଳେ ସ୍ବର୍ଣ୍ଣଲତାଙ୍କୁ ସରକାର କେଉଁ ଆଧାରରେ ପାସ୍ କରାଇଲା ତାହାର ସୂଚନା ମିଳିପାରି ନଥିଲେ ମଧ୍ୟ ଏହାକୁ ନେଇ ତାଙ୍କ ପରିବାର ଲୋକଙ୍କଠାରୁ ଆରମ୍ଭ କରି ସାହି ପଡିଶା ବେଶ୍ ଖୁସି ଅଛନ୍ତି ।
ବିବାହର ଅଳ୍ପ କିଛି ବର୍ଷ ପରେ ସ୍ବାମୀଙ୍କ ଠାରୁ ସେ ଅଲଗା ହୋଇଯାଇଥିଲେ। ନିଜ ପରିବାର ସବୁ କିଛି କାମ କରିବା ସହ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ଅଞ୍ଚଳର ଅନେକ ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି।
ଏହାକୁ ନେଇ ସ୍ବର୍ଣ୍ଣଲତା ପତି କହିଛନ୍ତି ଯେ ମାଟ୍ରିକ ପାସ୍ କରିନଥିବା କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ପାଇଁ ନିଷ୍ପତ୍ତି ନୃବା ପରେ ସ୍ବର୍ଣ୍ଣଲତାଙ୍କ ପନ୍ଦର ବର୍ଷର ଚାକିରି ଜୀବନ ଶେଷ ପ୍ରାୟ ଲାଗିଥିଲା। ତେବେ ସେ ନିଜର ବିଶ୍ଵାସ ବଳରେ କଠିନ ପରିଶ୍ରମ କରି ମାଟ୍ରିକ ପାସ୍ କରିଥିବାରୁ ନିଜର ଖୁସି ଜାହିର କରିଛନ୍ତି।