ବ୍ରାଉନ ସୁଗର କାରବାରରେ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ପୋଲିସ-

ବ୍ରାଉନ ସୁଗର କାରବାରରେ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ପୋଲିସ-

ବ୍ରାଉନ ସୁଗର କାରବାର ରେ ସଂପୃକ୍ତ ଯୁବକକୁ ଗିରଫ କରିଛି ପୋଲିସ। ଗିରଫ ଯୁବକ ଜଣକ ଜଳେଶ୍ଵର ଥାନା ଝାଡେଶ୍ବରପୁର ଗ୍ରାମର ସେକ୍ ଅଲ୍ଲୀ ଅଜଗର (୩୫) ହୋଇଥିବା ବେଳେ ତାଙ୍କ ର ଅନ୍ୟ ଏକ ଘର ବସ୍ତା ଥାନା ମସଡା ଗ୍ରାମ ରେ ରହିଛି। ଗିରଫ ଯୁବକ ଜଣକ ଏହି କାରବାର ମାଷ୍ଟର ମାଇଣ୍ଡ ଥିବା ପୋଲିସ କୁ ସୁରାକ ପୂର୍ବରୁ ମିଳିଥିଲା।

ଉଭୟ ବସ୍ତା ର ମସଡା ଓ ଜଳେଶ୍ଵର ଝଡେଶ୍ୱର ପୁର ରେ ଏହି ଯୁବକ ଜଣକ ରହି ବିଭିନ୍ନ ସମୟ ରେ ପୋଲିସ ଓ ଏସ ଟି ଏଫ୍ କୁ ଚକମା ଦେଉଥିଲା ଏହି ଯୁବକ ଜଣକ। ଗତ ମେ ମାସ ୧୯ ତାରିଖ ରେ ନୀଳଗିରି ଥାନା ସୋଜନା ଗଡ ଅଞ୍ଚଳର ଯୁବକ ବସ୍ତା ଥାନା ଅମର୍ଦ୍ଦାରୋଡ୍ ଫାଣ୍ଡି ଅଞ୍ଚଳ ବାଇତ ପଡା ଦେଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ସନ୍ଦେହରେ ଉକ୍ତ ଯୁବକ କୁ ଅଟକ ରଖିଥିଲେ।

ପରେ ତାନିକଟରୁ ବ୍ରାଉନ ସୁଗର ଥିବା ସନ୍ଦେହରେ ପୋଲିସ କୁ ଖବର ଦେଇଥିଲେ। ଏହି ଘଟଣା ର ତଦନ୍ତ ରେ ପୋଲିସ ଯୁବକ ନିକଟରୁ ୬୨ ଗ୍ରାମ ର ବ୍ରାଉନ ସୂଗାର ଜବତ କରିଥିଲା।ପରେ ଏହି ଘଟଣା ର ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ପୋଲିସ ଚଳାଇ ଥିଲା । ପରେ ଅଜଗର ର ସଂପୃକ୍ତି ପୋଲିସ ସୁରାକ ପାଇ ତାକୁ ଧରିବା ପାଇଁ ଜାଲ ବିଛାଇ ଗତ ଗୁରୁବାର ରାତିରେ ସେ ମସଡ଼ା ରେ ଥିବା ଜାଣି ତଦନ୍ତ ଅଧିକାରୀ ପ୍ରଶାନ୍ତ ପାଣି ସଦଳ ବଳେ ଅଜଗର ଘରେ ଚଢ଼ାଉ କରି ତାକୁ ଧରିବା ରେ ସଫଳ ହୋଇଥିଲେ।

ଅଜଗର ନାମରେ ବସ୍ତା ଥାନା କେସ ୧୬୪/୨୧ ରେ ମାମଲା ରୁଜୁ କରି ଏହିକେଶ ର ଅଧିକ ତଦନ୍ତ ଚଳାଇ ଥିଲା ପୋଲିସ। ଆଜି ସେଖ ଅଲ୍ଲୀ ଅଜଗର କୁ ପୋଲିସ କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *