ବିଜେପିର ରାଜ୍ୟବ୍ୟାପି ମଣ୍ଡିରେ ଧାନ ବିକ୍ରି ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଆନ୍ଦୋଳନ-

ବିଜେପିର ରାଜ୍ୟବ୍ୟାପି ମଣ୍ଡିରେ ଧାନ ବିକ୍ରି ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଆନ୍ଦୋଳନ-

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମଣ୍ଡି ପଡିରହିଥିବା ଧାନର ବିକ୍ରି ନହୋଇ ପାରିବା ଆଦି ସମସ୍ୟାକୁ ନେଇ ରାଜ୍ୟରେ ବିରୋଧୀ ବିଜେପି ପକ୍ଷରୁ ଆଜି ଆନ୍ଦୋଳନ ଆରମ୍ଭ କରିଛନ୍ତି। ମଣ୍ଡିରେ ଚାଷୀମାନଙ୍କର ଧାନ ଗଦା ହୋଇ ପାଣି ଖାଉଥିବା ସମୟରେ ସେମାନଙ୍କର ଟୋକନ୍ ଲିପ୍ସା ଆଦି ଆଳରେ ଧାନ ବିକ୍ରି ନହୋଇପାରିବା କାରଣରୁ ବଢି ଚାଲିଛି ଚାଷୀଙ୍କ ଚିନ୍ତା। ତେବେ ଏହିଭଳି ମଣ୍ଡିରୁ ଧାନ ଉଠାଇବା ଦାବିରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ରାଜ୍ୟର ବିରୋଧୀ ଦଳ ଚାଷୀମାନଙ୍କ ସ୍ବରରେ ସ୍ବର ମିଶାଇ ଆନ୍ଦୋଳନକୁ ତୀବ୍ର କରିଛନ୍ତି।

ଚାଷୀଙ୍କ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ ଧାନ କିଣା ଡେଡଲାଇନ୍ ବଢାଉନାହନ୍ତି କହି କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ ପକାଇ ଦେଇଛନ୍ତି।

ତେବେ ରାଜ୍ୟର ଏହିଭଳି ପରିସ୍ଥିତିରେ ବିଜେପି ପକ୍ଷରୁ ଜୁଲାଇ 1 ଓ 2 ଦୁଇ ଦିନ ରାଜ୍ୟ ବ୍ଯାପି ଆନ୍ଦୋଳନ କରିବାକୁ ପୁର୍ବରୁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *