ଭୁବନେଶ୍ବର ଏମ୍ସକୁ ଆସିଲା ପ୍ରଥମ ଇକମୋ ମେସିନ୍

ଭୁବନେଶ୍ବର ଏମ୍ସକୁ ଆସିଲା ପ୍ରଥମ ଇକମୋ ମେସିନ୍

ଓଡିଶାକୁ ପ୍ରଥମ ଇକମୋ ମେସିନ୍ ଆସିଛି ଆଉ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ବାହାକୁ ଯିବାକୁ ପଡିବନାହିଁ । ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ସ୍ଥାପନ ହେବ । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି ।

ଏହି ଡାକ୍ତରୀ ଟିମରେ ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ (ହୃଦରୋଗ ବିଭାଗ), ଡାକ୍ତର କ୍ରିଷ୍ଣା (ଶିଶୁ ରୋଗ) ଓ ଆନେସ୍ଥେସିଓଲୋଜି ବିଭାଗ ମୁଖ୍ୟ ଡାକ୍ତର ସତ୍ୟଜିତ ମିଶ୍ର ଅଛନ୍ତି ।

ହସ୍ପିଟାଲ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ନର୍ସିଂ କର୍ମଚାରୀଙ୍କୁ ତାଲିମ ଦିଆଯାଇ ନଥିବାରୁ ମେସିନ୍ ଚଳାଇବା ନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଇକମୋ ଚିକିତ୍ସାରେ ଥିବା ଜଣେ ରୋଗୀଙ୍କ ଉପରେ ୨୪ ଘଣ୍ଟା ନଜର ରଖିବାକୁ ପଡିଥାଏ। ସେଥିପାଇଁ ନର୍ସଙ୍କ ଆବଶ୍ୟକତା ରହିଛି ।

ତେବେ ଆସନ୍ତା ତିନି ମାସରେ ଇଟେଣ୍ଡରରେ ଆଉ ଏକ ଇକମୋ ମେସିନ ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *