ଆମରଣ ଅନଶନରେ ଜିମ୍ ମାଲିକ ସଂଘ ବସିଲେ , କରୋନା କଟକଣା ମଧ୍ୟରେ ଜିମ୍ ଖୋଲିବାକୁ ଅନୁମତି ଦାବି-

ଆମରଣ ଅନଶନରେ ଜିମ୍ ମାଲିକ ସଂଘ ବସିଲେ , କରୋନା କଟକଣା ମଧ୍ୟରେ ଜିମ୍ ଖୋଲିବାକୁ ଅନୁମତି ଦାବି-

ଦେଶ ତଥା ରାଜ୍ୟରେ କରୋନା ପ୍ରଥମ ଲହର ଆରମ୍ଭ ହେବାଠାରୁ ଦେଶରେ ଜାରି ହୋଇଥିବା କୋଭିଡ କଟକଣାରେ ପ୍ରଭାବିତ ହୋଇଥିବା ରାଜ୍ୟ ଜିମ୍ ସଂଘ କରୋନା କଟକଣା ମାଧ୍ୟରେ ଜିମ୍ ଖୋଲିବାକୁ ଅନୁମତି ଦାବି କରି ଆଜି ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ନିକଟରେ ଆମରଣ ଅନସନରେ ବସିଛନ୍ତି। କରୋନା ମହାମାରୀ ସମୟରେ ଦୀର୍ଘ ସମୟ ଧରି ଜିମ୍ ଗୁଡିକ ବନ୍ଦ ରହିବାରୁ ସେମାନେ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବାରୁ କରୋନା କଟକଣା ଭିତରେ ଜିମ୍ ଖୋଲିବାକୁ ଅନୁରୋଧ କରିଛନ୍ତି। 

କ୍ଷେତ୍ର ଗୁଡିକ ମଧ୍ୟରୁ ଜିମ୍ ଅନ୍ୟତମ। ତେବେ କରୋନା ପ୍ରଥମ ଲହର ଠାରୁ ଆରମ୍ଭ କରି ଦ୍ବିତୀୟ ଲହର ଯାଏଁ ସାମାଜିକ ଦୂରତା ଉଲଂଘନ ହେବା ଏବଂ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଜିମ୍ ଖୋଲିବା ଉପରେ କଟକଣା ଲାଗୁ କରିଛନ୍ତି। 

ଜିମ୍ ଗୁଡିକ ବନ୍ଦ ରହିବାରୁ ସେଠାରେ କାମ କରୁଥିବା କର୍ମଚାରୀ ଏବଂ ମାଲିକମାନୃ ଆର୍ଥିକ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ବ୍ୟାଙ୍କ ଲୋନ୍ ଆଦି ସମସ୍ୟା ପରିସ୍ଥିତିକୁ ଅତଶୟ କରିଦେଉଛି।

Leave a Reply

Your email address will not be published. Required fields are marked *