
ପୁରା ଓଡ଼ିଶା ଏବେ ବେଆଇନ୍ ଗଞ୍ଜେଇ କାରବାରର ହବ୍ ପାଲଟିଛି । ବିଶେଷ ଗଞ୍ଜାମ ଜିଲ୍ଲାରେ ଏବେ ଗଞ୍ଜେଇ ଚୋରା ଚାଲାଣ ଅଧିକ ବଢିଯାଇଛି ।
ଆଜି ପୁଣି ଗଞ୍ଜାମରୁ ଜବତ୍ ହୋଇଛି ହଜାର ହଜାର କିଲୋଗ୍ରାମର ସବୁଜ ଜହର । ସୂଚନା ଅନୂସାରେ ଗଞ୍ଜାମ ଜିଲ୍ଲା ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଖପରାଗଣ୍ଡ ଗାଁରେ ଅଞ୍ଚଳରେ ଏକ ବନ୍ଦ ଘରେ ଚାଲିଥିଲା ଏହି ଗଞ୍ଜେଇ କାରବାର ।
ଇିଶେଷ ସୁତ୍ରରୁ ଖବର ପାଇ ପାଟପୁର ଥାନା ପୋଲିସ୍ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ୍ କରିବା ସହିତ ଜଣଙ୍କୁ ଏହି ମାମଲାରେ ଗିରଫ ମଧ୍ୟ କରିଛି ।
ତେବେ ପ୍ରାୟ ୩୧୫୬ କେଜିର ଗଞ୍ଜେଇ ଜବତ୍ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଗିରଫ ଗଞ୍ଜେଇ ବେପାରୀକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି ।