୭ କ୍ବିଣ୍ଟାଲର ଗଞ୍ଜେଇ କୋରାପୁଟରୁ ଜବତ, ଅଭିଯୁକ୍ତ ଚମ୍ପଟ-

୭ କ୍ବିଣ୍ଟାଲର ଗଞ୍ଜେଇ କୋରାପୁଟରୁ ଜବତ, ଅଭିଯୁକ୍ତ ଚମ୍ପଟ-

କୋରାପୁଟ ଜିଲ୍ଲାର ପାଡୁଆ ଅଞ୍ଚଳର ନନ୍ଦପୁର ତହସିଲ ଅନ୍ତର୍ଗତ ହାତିବାରୀ ଗ୍ରାମରୁ ୭ କ୍ବିଣ୍ଟାଲର ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ କାରବାରରେ ଲିପ୍ତ  ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଛନ୍ତି।

ନନ୍ଦପୁର ଏସଡିପିଓଙ୍କ ନିର୍ଦ୍ଦେଶରେ ଦୁଇଟି ଦ୍ରୁତ ଗତିରେ ଆସୁଥିବା ଭ୍ୟାନକୁ ଅଟକାଇ ୨୭ଟି ଅଖା ଭିତରେ ପ୍ୟାକ୍ ହୋଇଥିବା ପ୍ରାୟ ସାତ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି ।

ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *