ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ମେଡିକାଲରେ ଭର୍ତ୍ତି, ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା-

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ମେଡିକାଲରେ ଭର୍ତ୍ତି, ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା-

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ସେ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି। କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡାକ୍ତରଖାନାରେ ପହଞ୍ଚିଛନ୍ତି।

ଆରଏମଏଲ ପ୍ରତିଷ୍ଠାନର ରିପୋର୍ଟ ଅନୁଯାୟୀ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ଯେ କଲ୍ୟାଣ ସିଂଙ୍କ ରକ୍ତ ୟୁରିଆ ଏବଂ ସେରମ୍ କ୍ରିଏଟିନାଇନ୍ ସ୍ୱାଭାବିକଠାରୁ ଅଧିକ ରହିଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡାକ୍ତରଖାନା ଯାଇ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଡାକ୍ତରଖାନାରେ ପହଞ୍ଚିବା ପରେ ସେ ଡାକ୍ତରଙ୍କ ସହ କଥା ହୋଇଛନ୍ତି । ଉନ୍ନତ ଚିକିତ୍ସା ପାଇଁ ସେ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୮୯ ବର୍ଷୀୟ କଲ୍ୟାଣ ସିଂ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଗତ ବର୍ଷ ସେପ୍ଟେମ୍ବରରେ ସେ ସଂକ୍ରମିତ ହୋଇଥିଲେ। ସଂକ୍ରମଣର ଶିକାର ହେବା ପରେ ତାଙ୍କୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ଥିତି ସ୍ଥିର ହେବା ପରେ କଲ୍ୟାଣ ସିଂଙ୍କ ପରିବାର ସଦସ୍ୟ ତାଙ୍କୁ କୌଶମ୍ବୀର ଯଶୋଦା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ମାସକ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

Leave a Reply

Your email address will not be published. Required fields are marked *