ଆଜିଠାରୁ ମାଟ୍ରିକ ପରୀକ୍ଷାର ଅଫଲାଇନ ଫର୍ମ ପୂରଣ, ୧୪ ଜୁଲାଇ ଶେଷ ତାରିଖ-

ଆଜିଠାରୁ ମାଟ୍ରିକ ପରୀକ୍ଷାର ଅଫଲାଇନ ଫର୍ମ ପୂରଣ, ୧୪ ଜୁଲାଇ ଶେଷ ତାରିଖ-

ମାଟ୍ରିକ ପରୀକ୍ଷା ପାଇଁ ମିଳିଥିବା ମାର୍କରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଲାଗି ଆଜିଠାରୁ ଅନଲାଇନ ଫର୍ମପୂରଣ କରିପାରିବେ । ଏହି ଅଫଲାଇନ ପରୀକ୍ଷାର ଫର୍ମ ପୂରଣ ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ । ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ ୧୪ ତାରିଖ ପର‌୍ୟ୍ୟନ୍ତ ଫର୍ମ ପୂରଣ କରିପାରିବେ ।

ସେଥିଲାଗି ଛାତ୍ରଛାତ୍ରୀମାନେ ବୋର୍ଡର ୱେବସାଇଟ www.bseodisha.ac.in ରେ ଫର୍ମ ପୂରଣ କରିପାରିବେ । ଜୁଲାଇ ୩୦ ତାରିଖରେ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହେବ । କୋଭିଡ ନିୟମ ଅନୁସାରେ ଅଗଷ୍ଟ ୫ ତାରିଖ ଯାଏ ଚାଲିବ ପରୀକ୍ଷା । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବ । କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ୍ ସମୟ ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ତେବେ ଅଫଲାଇନ ପରୀକ୍ଷାରେ ମିଳିବା ମାର୍କକୁ ନେଇ ଆଉ କୌଣସି ଆଶଙ୍କା କିମ୍ବା ସନ୍ଦେହ ରହିବନାହିଁ ତାହା ଚୂଡାନ୍ତ ମାର୍କ ହେବ । ସେହି ଅଫଲାଇନ ମାର୍କରେ ଯୁକ୍ତ ଦୁଇ ଆବେଦନ ଲାଗି ମଧ୍ୟ କୌଣସି ସମସ୍ୟା ହେବନାହିଁ ।

ସୂଚନାଯୋଗ୍ୟ, ଚଳିତ ବର୍ଷ କରୋନା କଟକଣା ପାଇଁ ପରୀକ୍ଷା ନହୋଇପାରି ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାଙ୍କୁ ମାର୍କ ଦିଆଯାଇଥିଲା କିନ୍ତୁ ଅଧିକାଂଶ ପିଲା ମାର୍କକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ । ସେଥିଲାଗି କରୋନା କଟକଣା ମଧ୍ୟରେ ଅଫଲାଇନ ପରୀକ୍ଷା କରାଇବାକୁ ବୋର୍ଡ ନିଷ୍ପତ୍ତି ନେଇଛି ।

Leave a Reply

Your email address will not be published. Required fields are marked *