
ସମୁଦ୍ର ପତ୍ତନ ରୁ ୦.୯ କିମି ମରେ ରେ ଥିବା ପୂର୍ବ – ପଶ୍ଚିମ ନିମ୍ନ ଚାପ ରେଖା ଆଜି ଉତ୍ତର ପ୍ରଦେଶ ରୁ ବିହାର ଏବଂ ସବ – ହିମାଳୟ ପଶ୍ଚିମ ବଙ୍ଗ ମଧ୍ୟ ଦେଇ ନାଗାଲାଣ୍ଡ ଯାଏଁ ଲମ୍ବିଛି , ତା ଛଡା ଅନ୍ୟ ଏକ ଉତ୍ତର -ଦକ୍ଷିଣ ନିମ୍ନ ଚାପ ରେଖା ସମୁଦ୍ର ପତ୍ତନ ଠାରୁ ୧.୫ କିମି ଉପରେ ଉତ୍ତର ପୂର୍ବ ବିହାର ରୁ ଉତ୍ତର – ପୂର୍ବ ଝାଡ଼ଖଣ୍ଡ , ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ମଦେଇ ଦକ୍ଷିଣ ଓଡିଶା ଉପକୂଳ ଯାଏଁ ଲମ୍ବିଛି ।
ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲା କେନ୍ଦୁଝର , ମୟୁରଭଞ୍ଜ , ବାଲେଶ୍ବର , ଗଞ୍ଜାମ , କନ୍ଧମାଳ ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହି ପରି ୨୩ ଜିଲ୍ଲା ବାଲେଶ୍ବର , ଭଦ୍ରକ , ଯାଜପୁର କେନ୍ଦ୍ରାପଡା , କଟକ ଜଗତସିଂହପୁର ଖୋର୍ଦ୍ଧା , ନୟାଗଡ , ପୁରୀ , ରାୟଗଡା , ଗଞ୍ଜାମ , ଗଜପତି , ମୟୁରଭଞ୍ଜ , କେନ୍ଦୁଝର ,ଅନୁଗୁଳ , ଢେଙ୍କାନାଳ , ବୌଦ୍ଧ , କଳାହାଣ୍ଡି , କନ୍ଧମାଳ , କୋରାପୁଟ , ନବରଙ୍ଗପୁର , କଳାହାଣ୍ଡି , ଝାରସୁଗୁଡା , ସମ୍ବଲପୁର , ଏବଂ ସୁନ୍ଦରଗଡ ଠାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।