ପୁରୀରୁ ୨୦୨୨ରେ ଉଡିବ ବିମାନ- ପରିବହନ ମନ୍ତ୍ରୀ

ପୁରୀରୁ ୨୦୨୨ରେ ଉଡିବ ବିମାନ- ପରିବହନ ମନ୍ତ୍ରୀ

ପୁରୀରୁ ୨୦୨୨ରେ ବିମାନ ଉଡିବ ବୋଲି ପରିବହନମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ସବୁ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରାଇପ ଉନ୍ନତି ପାଇଁ ଆଲୋଚନା କରାଯାଇଛି । ଶନିବାର ଖାରବେଳ ଭବନଠାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଏ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଭୁବନେଶ୍ୱରରୁ ଉତ୍‌କେଲା, ଉତ୍‌କେଲାରୁ ଜୟପୁର, ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ଉତ୍‌କେଲାକୁ ବିମାନ ଚଳାଚଳ କରିବ। ଏ ନେଇ ଉଡାନ ଯୋଜନାରେ ଟେଣ୍ଡର ଆହ୍ବାନ କରାଯାଇଛି।

Leave a Reply

Your email address will not be published. Required fields are marked *