ପୁଅ ହିଁ ତାଙ୍କ ବୋହୂର ହତ୍ୟାକାରୀ: ଥାନାରେ ଏତଲା ଦେଲା ମା

ପୁଅ ହିଁ ତାଙ୍କ ବୋହୂର ହତ୍ୟାକାରୀ: ଥାନାରେ ଏତଲା ଦେଲା ମା

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା ଗାଁରୁ ଏଭଳି ଅଭିଯୋଗ ଆସିଛି । ଜଣେ ମା ନିଜେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ହିଁ ତାଙ୍କ ବୋହୂର ହତ୍ୟାକାରୀ ।

ବାଲିପାଟଣା ଗାଁରେ ଦେବାଶିଷ ତରାଇଙ୍କ ସ୍ତ୍ରୀ ଦୀପିକା ତରାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଘରୁ ମୃତଦେହ ଉଦ୍ଧାର ହେବା ପରେ ଦେବାଶିଷଙ୍କ ମା ଶ୍ରୀମତୀ ବାଇ ପୁଅ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ପରକୀୟା ପ୍ରୀତି ପାଇଁ ତାଙ୍କ ପୁଅ ଦେବାଶିଷ ବାଇ ହିଁ ବୋହୂ ଦୀପିକାଙ୍କୁ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଛନ୍ତି।

ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଦୀପିକାଙ୍କୁ ତାଙ୍କ ପୁଅ ଦେବଶିଷ ଭଲ ପାଇ ବିବାହ କରିଥିଲା। ବିବାହ ପରେ ତା’ର ଅନ୍ୟ ମହିଳାଙ୍କ ସହିତ ଖରାପ ସଂପର୍କ ଥିଲା। ସେ ଓ ତାଙ୍କ ବୋହୂ ଏ ସଂପର୍କରେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ। ଏପରିକି ସେ ଏନେଇ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ।

ତେଣୁ ପୁଅ ପ୍ରତିହିଂସା ପରାୟଣ ହୋଇ ତାଙ୍କ ବୋହୂ ଦୀପିକାଙ୍କୁ ମାଡ଼ ମାରିଥିଲେ। ଏହା ସହିତ ତାଙ୍କୁ ଘରୁ ତଡ଼ି ଦେଇଥିଲା। ତାଙ୍କ ପୁଅର ଘର ପାଖରେ ଜଣେ ମହିଳାଙ୍କ ସହିତ ସଂପର୍କ ଅଛି। ସେହି ମହିଳାଙ୍କ ପ୍ରରୋଚନାରେ ପୁଅ ତା’ସ୍ତ୍ରୀ ଦୀପିକାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିଲା। ଉକ୍ତ ମହିଳା ସହିତ ଦେବାଶିଷକୁ ଅସଂଯତ ଅବସ୍ଥାରେ ଦୀପିକା ଦେଖି ଦେବାରୁ ତାକୁ ହତ୍ୟା କରି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *