ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ-

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ-

ଶିଖର ଧାୱନଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ୍‌କୁ ଆୟୋଜକ ଶ୍ରୀଲଙ୍କା ସହିତ ହେବ । କଲୋମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ରବିବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ହେବ । 

ଭାରତୀୟ କ୍ରିକେଟ ଟିମର ଅଧିକାଂଶ ବରିଷ୍ଠ ଖେଳାଳି ଏବେ ଇଂଲଣ୍ଡରେ ଅଛନ୍ତି । ସେଠାରେ ୫ ମ୍ୟାଚର ଟେଷ୍ଟ ଶୃଙ୍ଖଳା ଖେଳାଯିବାର ଅଛି । ଫଳରେ ଯୁବ କ୍ରିକେଟରଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରିବାର ସୁଯୋଗ ରହିଛି । ଆଶା କରାଯାଉଛି ଯେ, ଶିଖର ଧୱନଙ୍କ ସହ ପୃଥ୍ୱୀ ଓ ଓପନିଂ କରିବେ । ଏଥି ସହିତ ସୂର୍ଯ୍ୟକୁମାର ଯାଦବ ଓ ସଂଜୁ ସାମସନଙ୍କୁ ମଧ୍ୟ ସୁଯୋଗ ମିଳିପାରେ । 

Leave a Reply

Your email address will not be published. Required fields are marked *