
ଗତ ସପ୍ତାହରେ ଭୁବନେଶ୍ୱରର ଏକ ଏଟିଏମ କିଓସ୍କରେ ଜଣେ ମହିଳାଙ୍କଠାରୁ ୪୦,୦୦୦ ଟଙ୍କା ନଗଦ ଥିବା ବ୍ୟାଗ ଛଡ଼ାଇ ନେଇଥିବା ଲୁଟେରାକୁ କମିଶନରେଟ ପୋଲିସ ଗିରଫ କରିଛି । ପୋଲିସ ଅଭିଯୁକ୍ତର ପରିଚୟ ପ୍ରକାଶ କରିନାହିଁ।
ଖବର ଅନୁଯାୟୀ, ଜଣେ ବ୍ୟକ୍ତି ଚନ୍ଦ୍ରଶେଖରପୁର ଏଟିଏମ୍ କିଓସ୍କରେ ମହିଳାଙ୍କ ବ୍ୟାଗ ଛଡ଼ାଇ ନେଇଥିଲେ ଏବଂ ଘଟଣାଟି ସିସିଟିଭିରେ କଏଦ ହୋଇଥିଲା।
ସେ କିଓସ୍କ ଭିତରେ ଉପସ୍ଥିତ ଥିବାବେଳେ ତାଙ୍କ ପଛରୁ ଆସି ୪୦,୦୦୦ ଟଙ୍କା ଥିବା ବ୍ୟାଗକୁ ଛଡ଼ାଇ ନେଇଥିଲେ। ପୀଡିତା ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଏକ ଆନୁଷ୍ଠାନିକ ଅଭିଯୋଗ କରିଥିଲେ।
ଏହି ଅପରାଧରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ କାର୍ୟ୍ୟ ଆରମ୍ଭ ହୋଇଥିବା ପୋଲିସ କହିଛି।

