
ସରିଛି ରଥଯାତ୍ରା । ୯ ଦିନର ଲୀଳା ସାରି ନୀଳକନ୍ଦରକୁ ବିଜେ ହୋଇଛନ୍ତି ଶ୍ରୀଜିଉ । ଏବେ ସିଂହଦ୍ବାର ଚକଡ଼ାରେ ବିଜେ ତିନି ରଥକୁ ଭଙ୍ଗା କାମ ଆରମ୍ଭ ହୋଇଛି ।
ପ୍ରଥମେ ତିନି ରଥରୁ ଚାରମାଳ ବାହାର କରିଦିଆଯାଇଛି। ତିନି ରଥରେ ବିଜେ ଥିବା ସାରଥୀ, ପାର୍ଶ୍ବ ଦେବାଦେବୀଙ୍କୁ ରଥରୁ କଢ଼ାଯାଇଛି । ସେମାନଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି। ରଥ ଗୁଡିକର ବ୍ରେକ୍ ସହ ଅନ୍ୟାନ୍ୟ ଅଂଶକୁ ବି ବାହାର କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ ରଥ ଭଙ୍ଗାଯାଇଥାଏ । ଭଙ୍ଗାଯାଇ ଏହାକୁ ଗୁଣ୍ଡିଚା ମନ୍ଦିର ନିକଟରେ ରଖାଯାଏ। ଚକ ବି ନିଲାମ ହୋଇଥାଏ ବୋଲି ସୂଚନା ରହିଛି ।