କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ୍ ଏନକାଉଣ୍ଟରେ ମୃତ-

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ୍ ଏନକାଉଣ୍ଟରେ ମୃତ-

ହାଇଦର କୁ କଟକ ଚୌଦ୍ୱାର ଜେଲରୁ ବାଲେଶ୍ୱର ଜେଲକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ପୋଲିସ୍ କବଜାରୁ ଖସି ଯିବାକୁ ଚେଷ୍ଟା କରୁଥିଲା ଗ୍ୟାଙ୍ଗଷ୍ଟାର ଏହା ପରେ ବାରମ୍ବାର ୱାଣ୍ଣିଂ ପରେ ମଧ୍ୟ ହାଇଦର ପୋଲିସ୍ ଠାରୁ ବନ୍ଧୁକ ଛଡାଇ ନେଇ ପୋଲିସ୍ ଉପରକୁ ଗୁଳି ଚାଳନା କରିବାକୁ ଚେଷ୍ଟା କରିବା ସମୟରେ ହାଇଦରକୁ ଏନକାଉଣ୍ଟର କରାଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସାଧିନ ଅବସ୍ଥାରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହାପରେ ଅତି ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ହାଇଦରର ଅବସ୍ଥାରେ ସୁଧାର ଆସିନଥିଲା । ଏବଂ ଏହା ପରେ ଧିରେ ଧିରେ ଅତି ସଙ୍କଟାପନ୍ନ ହୋଇ ହାଇଦରର ମୃତ୍ୟୁ ହୋଇଛି ।ସୂଚନା ଅନୂସାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଗତ ଏପ୍ରିଲ ୧୦ତାରିଖରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟକର୍ମୀ ଏବଂ ପୁଲିସକୁ ଚକମା ଦେଖାଇ ଖସି ପଳାଇବାରେ ସଫଳ ହୋଇଥିଲା । ହାଇଦର ଫେରାର ହୋଇଯିବା ପରେ ଓଡ଼ିଶା ପୁଲିସର ନିଦ ହଜିଯାଇଥିଲା । ଶେଷରେ ହାଇଦରକୁ ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଅଞ୍ଚଳରୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *