ଗ୍ୟାଙ୍ଗଷ୍ଟର ହାଇଦରର ପୋଷ୍ଟମର୍ଟମ ଆଜି , କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି: ଗଣ୍ଡଗୋଳକୁ ଆଶଙ୍କା-

ଗ୍ୟାଙ୍ଗଷ୍ଟର ହାଇଦରର ପୋଷ୍ଟମର୍ଟମ ଆଜି , କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି: ଗଣ୍ଡଗୋଳକୁ ଆଶଙ୍କା-

ଆଜି ହାଇଦରର ପୋଷ୍ଟମର୍ଟମ କରାଯିବ ବୋଲି ସୂଚନା ମିଳିଛି । ମୁଖ୍ୟ ଡାକ୍ତରଖାନାରେ ପୁରା କଡା ସୁରକ୍ଷା ମଧ୍ୟରେ ହାଇଦରର ଶବ ବ୍ୟବଚ୍ଛେଦ କରାଯିବ ଏହା ପରେ ହାଇଦରର ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । 

ସୁଚନା ଅନୁସାରେ ଗ୍ୟାଙ୍ଗଷ୍ଟର ହାଇଦର ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଏହାପରେ କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ ।

ଆସନ୍ତା ୩୦ ତାରିଖ ଯାଏ ଦିନ ୧୧ଟା ଯାଏ ୧୪୪(୨) ଧାରା ଜାରି ରହିବ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ସମେତ ବାରିମୂଳ, କପାଳେଶ୍ୱର, ଗୁଲନଗର, ଜାମଧର ପଞ୍ଚାୟତ ଅଞ୍ଚଳରେ କଡ଼ା କଟକଣା ଜାରି ହୋଇଛି ।

ସଂପୃକ୍ତ ଅଞ୍ଚଳରେ କେବଳ ପରିବା ଓ ଗ୍ରୋସରୀ ଦୋକାନ ସକାଳ ୭ଟାରୁ ଦିନ ୧୧ଟା ଯାଏ ଖୋଲା ରହିବ । ହୋଟେଲରୁ ଲୋକ କେବଳ ପାର୍ସଲ ଆଣି ପାରିବେ । ଅନ୍ୟ ଦୋକାନ ଖୋଲିବା ଓ ଗାଡ଼ିମୋଟର ଚଳାଚଳରେ କଟକଣା ରହିବ । ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ।

Leave a Reply

Your email address will not be published. Required fields are marked *