କାର ଓ ଟ୍ରକ ମୁହାଁମୁହିଁ ଧକ୍କାରେ ଦୁଇ ମୃତ ଦୁଇ ଆହତ

କାର ଓ ଟ୍ରକ ମୁହାଁମୁହିଁ ଧକ୍କାରେ ଦୁଇ ମୃତ ଦୁଇ ଆହତ

ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ କାୟାକୁଦା ନିକଟରେ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସୋମବାର ଭୋର ସମୟରେ ରାଇରଖୋଲ କାୟାକୁଦା ନିକଟରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା।

ଖବର ମୁତାବକ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ରାଉରକେଲାର ଛେଣ୍ଡ ଅଞ୍ଚଳର। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚି ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବାବେଳେ ମୃତକଙ୍କ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି ।

Leave a Reply

Your email address will not be published. Required fields are marked *