ମୋଦି ସରକାରଙ୍କୁ ହଟାଇବା ବିରୋଧରେ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ-

ମୋଦି ସରକାରଙ୍କୁ ହଟାଇବା ବିରୋଧରେ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ-

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠାରୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଏହି ସମୟରେ ସେ ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସ ଅନେକ ବରିଷ୍ଠ ନେତାଙ୍କ ସହିତ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି। ତେବେ ତାଙ୍କର ଏହି ଗସ୍ତରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାର ବିରୋଧରେ ଏକ ଜାତୀୟ ବିରୋଧୀ ସାମୁଖ୍ୟ ଗଠନ କରିବାକୁ ଯୋଜନା କରୁଥିବା ଆଲୋଚନା ଜୋର ଧରିଛି। 

ତେବେ ଟିଏମସିର ଅଭିଷେକ ବାନାର୍ଜୀଙ୍କର ପେଗାସସ୍ ଡିଜିଟାଲ ଗୁଇନ୍ଦାଗିରି କରାଯାଇଥିବା ଅଭୋିଯୋଗ କରି କଂଗ୍ରେସ ପକ୍ଷରୁ ଟ୍ୱିଟରରେ ଏକ ପୋଷ୍ଟ କରିବା ପରେ ରାଜ୍ୟସଭା ଟିଏମସି ସଂସାଦ ଡେରେକ ଓ’ବ୍ରାଇନ୍ ସମାନ ଟୁଇଟ୍ ସେୟାର କରି “ଖେଲା ହୋବେ” ଲେଖିବା ପରେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଟିଏମସି ଦଳ ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ମିଳିତ ମଞ୍ଚ ପାଇଁ କଳ୍ପନା ଜଳ୍ପନା ଚାଲିଛି ।

ତେବେ ମତା ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ତଥା ରାଷ୍ଟ୍ରପତିଙ୍କ ସହ ସେ ଅନେକ ଲୋକଙ୍କୁ ଭେଟିବେ ବୋଲି ସିଏମଙ୍କ ଗସ୍ତ ପୂର୍ବରୁ ଟିଏମସି ମୁଖପାତ୍ର ଓମ ପ୍ରକାଶ ମିଶ୍ର ସୂଚନା ଦେବା ସହ ମୋଦୀ ସରକାରଙ୍କୁ ପରାସ୍ତ କରିବାକୁ ବିରୋଧୀ ଏକତାର ଆବଶ୍ୟକତା ସମ୍ପର୍କରେ କହିଥିଲେ।

Leave a Reply

Your email address will not be published. Required fields are marked *