କ୍ୟାପିଟାଲ୍ ଥାନା ପୋଲିସ୍‌ ମାଷ୍ଟରକ୍ୟାଣ୍ଟିନ ଗ୍ୟାଙ୍ଗୱାର ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା-

କ୍ୟାପିଟାଲ୍ ଥାନା ପୋଲିସ୍‌ ମାଷ୍ଟରକ୍ୟାଣ୍ଟିନ ଗ୍ୟାଙ୍ଗୱାର ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା-

ଗତକାଲି ରାଜଧାନୀରେ ଏକ ଲୋମ ଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଦୁଇ ଜଣଙ୍କୁ ହାଣିଥିଲେ ଦୁର୍ବୃତ୍ତ। ନିଶାଦ୍ରବ୍ୟ କାରବାରକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା ।

ତେବେ ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା ।ତେବେ ଘଟଣାରେ ୫ ଜଣ ଅଭିଯୁକ୍ତଙ୍କର ତାଲିକା ଭୁକ୍ତ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ପୁର୍ବରୁ ଜଣଙ୍କୁ ପୋଲିସ୍ ଧରିଥିବା ବେଳେ ଆଜି କାଳିକା ବସ୍ତିରୁ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ୍ ।

ଯାହା ଡ଼ିସିପି ଉମାଶଙ୍କର ସୁଚନା ଦେଇଛନ୍ତି । ତେବେ ଆହତଙ୍କ ମଧ୍ୟରୁ ୨ ଜଣ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି ହୋଇଥିବା ବେଳେ, ୨ ଜଣଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ ଗୁରୁତର ହେଲେ ସେକ୍ ରୁହଲାନି, ଶେଖ ସାହିଦ, ଏମାନେ ଖାରବେଳ ନଗର ମସଜିଦ କଲୋନୀର।

ତେବେ ଏହି ଘଟଣା ପରେ ପୋଲିସର ପଦକ୍ଷେପ ଆରମ୍ଭ କରିଛି । ଛକରୁ ଉଠିଲା ସମସ୍ତ ଉଠା ଦୋକାନ । ନିଶା କାରବାରକୁ ନେଇ ଗ୍ୟାଙ୍ଗୱାର ପରେ ଆରମ୍ଭ ହୋଇଛି ସଫେଇ ଅଭିଯାନ । ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଜନଗହଳିପୂର୍ଣ୍ଣ ଅଂଚଳକୁ ଅବରୋଧ ମୁକ୍ତ କରିବାକୁ ଚାହୁଁଛି ପୋଲିସ । ସେହି କ୍ରମରେ ପ୍ରଥମେ ଏଠାରେ ଥିବା ଉଠାଦୋକାନୀଙ୍କୁ ଖାଲି କରାଯିବ ।

Leave a Reply

Your email address will not be published. Required fields are marked *