
ଚଳିତ ବର୍ଷ ୭୫ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନି ପଡିଆରେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବେ । ଗତକାଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ ସମ୍ବଳିତ ବେଠକ ଅନୁଷ୍ଠିତ ହୋଇଥିଲା । ଏହି ବେଠକରେ ବିଭାଗିୟ ସଚୀବ ବିଷ୍ଣୁପଦ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କରୋନା ମାର୍ଗଦର୍ଶିକାର ଠିକ ଅନୁପାଳନ କରାଯାଇ ସମାରୋହ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ହୋଇଛି ।
ସ୍ୱଳ୍ପ ସଂଖ୍ୟକ ଅତିଥୀ ଏବଂ କୋଭିଡ ଯୋଦ୍ଧା,ଅଧିକାରୀ,କର୍ମଚାରିଙ୍କୁ ନେଇ ସ୍ୱାଧୀନତା ଦିବସ ଆୟୋଜିତ ହେବ । ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାଙ୍କ ବିଭିନ୍ନ କୋଠା ଆଦିର ଆଲୋକୀକରଣ ବିଷୟରେ ବୈଠକରେ ନିଷ୍ପତି ହୋଇଛି । ଭୁବନେଶ୍ୱର ମହାନଗର ନୀଗମ ପକ୍ଷରୁ ଉତ୍ସବ ସ୍ଥଳର ସାନିଟାଇଜେଶନ କରାଯିବା ସହିତ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯିବ । ସୁରକ୍ଷା ବ୍ୟବସ୍ଥା ତଥା ଟ୍ରଫିକ ନିୟନ୍ତ୍ରଣକୁ ଭୁବନେଶ୍ୱର ଡିସିପି ନିୟନ୍ତ୍ରନ କରିବେ । ପୂର୍ବ ବର୍ଷ ପରି ଏଥର ବି ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ହେବ । ସେହିପରି ଆର୍ଡିସି ଜୋନ୍, ଜିଲ୍ଲା ଏବଂ ଉପଖଣ୍ଡସ୍ତରରେ କୋଭିଡ୍ ନିୟମାବଳି ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯିବ ।