
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ସବୁଜ ଜହର କାରବାର । ପ୍ରତିଦିନ ରାଜ୍ୟରେ ଗଞ୍ଜେଇ କାରବାରର ଖବର ସାମ୍ନାକୁ ଆସୁଥିବା ବେଳେ କିଛି ଜିଲ୍ଲା ଏବେ ଗଞ୍ଜେଇ କାରବାରର ହବ୍ ପାଲଟିଛି । ଆଜି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରୁ ଜବତ୍ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ସୂଚନା ଅନୁସାରେ ଏକ ବୋଲେରୋ ଗାଡି ଯୋଗେ କୋରାପୁଟରୁ ପ୍ରାୟ ୪୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ କଳାହାଣ୍ଡି ଚାଲାଣ ହେଉଥିବା ବେଳେ କୋକସରା ପୋଲିସ୍ ହାତରେ ଧରାପଡିଛନ୍ତି ।ବିପୁଳ ପରିମାଣର ଗଞ୍ଜେଇ ଜବତ୍ କରିବା ସହିତ ପୋଲିସ୍ ଏହି ଚୋରାକାରବାର ମାମଲାରେ ୩ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ଅନ୍ୟପଟେ ପୋଲିସ୍ ଗଞ୍ଜେଇ ଚାଲାଣ କରାଯାଉଥିବା ଗାଡି ଟିକୁ ଜବତ୍ କରିବା ସହିତ ନ ଜଣ ଅଭିଯକ୍ତଙ୍କୁ କୋର୍ଟ ଫରୱାର୍ଡ କରାଯିବା ନେଇ ପ୍ରସ୍ତୁତି ଚଳାଇଛି । ଗିରଫ ୩ ଜଣ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ପାଡ଼ୁଆ ଗାଁର ଭିକାରୀ ଖରା, ଗୋବିନ୍ଦ ପୂଜାରୀ ଓ ଅଠାଗୁଡ଼ା ଗାଁର ଶଙ୍କର ରାଓ ।