ଆତ୍ମସମର୍ପଣ କଲେ ଟପ୍ କ୍ୟାଡର ମାଓବାଦୀ ଆଏତୁ କୋର୍ସାର-

ଆତ୍ମସମର୍ପଣ କଲେ ଟପ୍ କ୍ୟାଡର ମାଓବାଦୀ ଆଏତୁ କୋର୍ସାର-

ରାଜ୍ୟରେ ଗତ କିଛି ଦିନ ହେବ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ସହୀଦ ସପ୍ତାହରେ ମାଓ ଉପଦ୍ରବ କୁ ନେଇ ଚିନ୍ତା ରହିଥାଏ । ମାତ୍ର ଚଳିତ ବର୍ଷ ସହୀଦ ସପ୍ତାହରେ ଆତ୍ମ ସମର୍ପଣ କରିଛନ୍ତି ଟପ୍ କ୍ୟାଡର ମାଓବାଦୀ ଆଏତୁ କୋର୍ସାର ।ଆଏତୁ ଛତିଶଗଡ ବିଜାପୁର ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ଧରି ଓଡ଼ିଶାର ମାଓ ସଂଗଠନ ସହ ଜଡିତ ଥିଲେ ।ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ମାଓ କାର୍ଯ୍ୟାକଳାପରେ ସଂଶ୍ଳୀଷ୍ଟ ଥିବା ଏହି କୁଖ୍ୟାତ ମାଓବାଦୀ, ମାଓବାଦୀ ସଂଗଠନ କେକେବିଏଏନ୍ ର ସଦସ୍ୟ ଥିଲେ । ଆଏତୁ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପିଙ୍କ ପାଖରେ ଆତ୍ମ ସମର୍ପଣ କରିଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *