
ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । ଅନ୍ୟପଟେ ଦୀର୍ଘ ଦିନ ଧରି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକ ବନ୍ଦ ରହିବା ପରେ ବର୍ତ୍ତମାନ ଅନଲକ୍ ପର୍ଯ୍ୟାୟରେ ଧିରେ ଧିରେ ଖୋଲିବା ଆରମ୍ଭ ହୋଇଛି ।
ଆସନ୍ତା ଅଗଷ୍ଟ ୫ ତାରିଖରୁ ଭିତରକନିକା ଖୋଲିବାକୁ ଯାଉଛି । ଏନେଇ ଆଜି ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ସମସ୍ତ କୋଭିଡ୍ କଟକଣା ମଧ୍ୟରେ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ଖୋଲିବାକୁ ଯାଉଛି ।
ତେବେ ପର୍ଯ୍ୟଟକ ମାନଙ୍କୁ ରାତ୍ରୀ ଯାପନ ପାଇଁ ଅନୁମତି ମିଳିନଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ ନିୟମର ଅନୁପାଳନ ଓ ପର୍ଯ୍ୟଟକ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।